Sun. Mar 8th, 2026

ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ମ୍ୟାଚ୍‌ ପାଇଁ ଆଡ୍‌ଭାଇଜରୀ ଜାରି

300 Views

କଟକ : କଟକ ବାରବାଟୀ ଷ୍ଟାଡିୟମ୍‌ରେ ଆସନ୍ତାକାଲି ହେବାକୁ ଥିବା ଭାରତ-ୱେଷ୍ଟ୍‌ଇଣ୍ଡିଜ୍‌ ଦିନିକିଆ ମ୍ୟାଚ୍‌ ପାଇଁ ବାରବାଟୀରେ ଟିମ୍‌ ଇଣ୍ଡିଆ ପହଞ୍ଚିଛନ୍ତି। ନେଟ୍‌ ପ୍ରାକ୍ଟିସ୍‌ ପାଇଁ ଟିମ୍‌ ଇଣ୍ଡିଆ ଏଠାରେ ପହଞ୍ଚିଛନ୍ତି। ଅପରାହ୍ଣରେ ୱେଷ୍ଟ୍‌ଇଣ୍ଡିଜ୍‌ ଟିମ୍‌ ପ୍ରାକ୍ଟିସ୍ କରିବେ।

ଅନ୍ୟପକ୍ଷରେ ମ୍ୟାଚ୍‌ ପାଇଁ ଟ୍ୱିନ୍‌ସିଟି ପୁଲିସ୍‌ କମିଶନର ସୁଧାଂଶୁ ଷଡ଼ଙ୍ଗୀ ଆଡ୍‌ଭାଇଜରୀ ଜାରି କରିଛନ୍ତି। ଗ୍ୟାଲେରୀ ନମ୍ବର ସହ ଗେଟ୍ ନମ୍ବର ସମ୍ପର୍କରେ ଟ୍ୱିଟ୍‌ କରି ସୂଚନା ଦେଇଛନ୍ତି ପୁଲିସ୍‌ କମିଶନର। ନୂଆ ଓ ପୁରୁଣା ପାଭିଲିୟନ୍ ଓ ପ୍ରେସ୍ ବକ୍ସକୁ ଯିବା ପାଇଁ ଗେଟ୍ ନମ୍ବର ୧ ଦେଇ ଯିବାକୁ ପଡ଼ିବ। ସେହିପରି ଗ୍ୟାଲେରୀ ୫ ପାଇଁ ଗେଟ୍ ୨, ସ୍ପେଶାଲ ଏନ୍‌କ୍ଲୋଜର ପାଇଁ ଗେଟ୍ ୩, ଗ୍ୟାଲେରୀ ୬ ପାଇଁ ଗେଟ୍ ନମ୍ବର ୪, ସ୍ପେଶାଲ୍‌ ଏନ୍‌କ୍ଲୋଜର୍‌ ବ୍ଲକ୍‌ B ପାଇଁ ଗେଟ୍ ନମ୍ବର ୫ ଏବଂ ଟିଭି CREW ଗେଟ୍ ନମ୍ବର ୭ ଦେଇ ପ୍ରବେଶ କରିବେ।

ଏହାଛଡ଼ା ଗ୍ୟାଲେରୀ ୧ ପାଇଁ ୯ ନମ୍ବର ଗେଟ୍, ଗ୍ୟାଲେରୀ ୨ ପାଇଁ ୧୦ ନମ୍ବର ଗେଟ୍, ଗ୍ୟାଲେରୀ ୩ ପାଇଁ ଗେଟ୍ ନମ୍ବର ୧୨ ଓ ଗ୍ୟାଲେରୀ ୪ ପାଇଁ ୧୩ ନମ୍ବର ଗେଟ୍‌ରେ ଦର୍ଶକଙ୍କୁ ଯିବା ପାଇଁ ନିର୍ଦ୍ଦେଶ ରହିଛି। ଖାଲି ଏତିକି ନୁହେଁ ବାରବାଟୀରେ ପୁଲିସ୍‌ ହେଲ୍‌ପ୍‌ ଡେସ୍କ ମଧ୍ୟ ରହିବ। ଯେଉଁଠୁ ଦର୍ଶକ ଚାହିଁଲେ ସାହାଯ୍ୟ ନେଇପାରିବେ।

By amfnews

Related Post