Sat. Nov 23rd, 2024

ଭାରତ ମହାସାଗରରେ ଚୀନକୁ ଘେରିବାକୁ ଭାରତୀୟ ନୌସେନାର ସ୍ୱତନ୍ତ୍ର ପ୍ରସ୍ତୁତି

By amfnews Dec 4, 2020 #Featured
156 Views

ନୂଆଦିଲ୍ଲୀ, ଡିସେମ୍ବର ୦୪ : ପୂର୍ବ ଲଦ୍ଦାଖରେ ଚୀନର ପ୍ରାଦୂର୍ଭାବକୁ ଦୃଷ୍ଟିରେ ରଖି ଭାରତୀୟ ନୌସେନା ଭାରତ ମହାସାଗରରେ କୌଣସି ସ୍ଥିତିରେ ନିଜକୁ ସୁରକ୍ଷିତ ରଖିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛି । ଏଥିରେ ଚୀନକୁ ଭାରତ ଅଧିକ ଟାର୍ଗେଟ କରିଛି । କାରଣ ଚୀନ ଯେକୌଣସି ସମୟରେ କିଛି ବି ଘଟଣା ଘଟାଇପାରେ । କିନ୍ତୁ ନୌସେନା କଡ଼ା ଜବାବ ଦେବାକୁ ପ୍ରସ୍ତୁତ ରହିଛି । ଏଥି ପାଇଁ ନୌସେନା ଓ ଭାରତୀୟ ବାୟୁସେନା ମିଳିତ ଭାବେ ସ୍ୱତନ୍ତ୍ର ରଣନୀତି ପ୍ରସ୍ତୁତ କରିଛନ୍ତି । ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂହ କହିଛନ୍ତି, ଚୀନ ସମେତ ନୌସୈନ୍ୟ କ୍ଷେତ୍ରରେ ଅନେକ ପ୍ରକାରର ଚ୍ୟାଲେଞ୍ଜକୁ ନେଇ ନେଭି ଅବଗତ ରହିଛି । ଏଥିପାଇଁ ପୂରା ପ୍ରସ୍ତୁତ ରହିଛି ।  

ନୌସେନା ଦିବସର ପୂର୍ବ ସନ୍ଧ୍ୟାରେ ନୌସେନା ପ୍ରମୁଖ ଆଡମିରାଲ କରମବୀର ସିଂହ ଗୁରୁବାର କହିଛନ୍ତି ଯେ, ଭାରତ ମହାସାଗର କ୍ଷେତ୍ରରେ କୌଣସି ପ୍ରକାରରେ ଜବରଦଖଲ ଭଳି ସ୍ଥିତିରୁ ବର୍ତ୍ତିବା ଲାଗି ନୌସେନା ପ୍ରସ୍ତୁତି କରିଛି । ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାର ସ୍ଥିତିକୁ ଦୃଷ୍ଟିରେ ରଖି ନୌସେନା ଭାରତ ମହାସାଗରରେ ପି-୮୧ ମୁତୟନ କରିଛି । 

କରମବୀର କହିଛନ୍ତି, ଆମେ ଯାହା ବି କରୁଛୁ, ଭାରତୀୟ ସେନା ଓ ଭାରତୀୟ ବାୟୁସେନା ସହିତ ପାଖାପାଖି ସମନ୍ୱୟ ରଖୁଛୁ । ଭାରତ ଓ ଚୀନ ମଧ୍ୟରେ ବିଗତ ୭ ମାସ ରୁ ପୂର୍ବ ଲଦ୍ଦାଖରେ ସୀମା ଗତିରୋଧ ଚାଲିଛି । ଏହି ଉତ୍ତେଜନା ଚୀନ ଦ୍ୱାରା ଆରମ୍ଭ ହୋଇଛି । 

By amfnews

Related Post