Wed. Dec 25th, 2024

ଭାରତ ବିରୋଧରେ ମିଛ ଅପପ୍ରଚାର ଲାଗି ଷଡ଼ଯନ୍ତ୍ର କରୁଛି ତୁର୍କୀ!

By amfnews Sep 16, 2020 #Featured
115 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୧୬  :  ତୁର୍କୀରେ ଭାରତ ବିରୋଧରେ ବଡ଼ ଷଡଯନ୍ତ୍ର ଚାଲିଛି । ତୁର୍କୀ ସରକାର କଶ୍ମୀର ବିଚ୍ଛିନ୍ନତାବାଦୀଙ୍କୁ ନିଜର ଗଣମାଧ୍ୟମରେ ସ୍ଥାନ ଦେଇଛି । ଏହା ଦ୍ୱାରା ଭାରତ ବିରୋଧରେ ମିଛ ଅପପ୍ରଚାର କରାଯାଇପାରିବ । ଗତ ୧୫ ତାରିଖରେ ତୁର୍କୀର ଗଣମାଧ୍ୟମରେ ଏକ ବିବାଦୀୟ ରିପୋର୍ଟ ପ୍ରକାଶ ପାଇଥିଲା । ବିଚ୍ଛିନ୍ନତାବାଦୀ ନେତା ଅହମଦ ଶାହଙ୍କ ଝିଅ ରୁଆ ଶାହା ଏହାକୁ ଲେଖିଛନ୍ତି । ଏହି ଲେଖା ମାଧ୍ୟମରେ ସେ ଭାରତର ଅପପ୍ରଚାର କରିବାକୁ ଉଦ୍ୟମ କରିଛନ୍ତି ।

ଜାତୀୟ ତଦନ୍ତ ସଂସ୍ଥା ୨୦୧୭ରେ ରୁଜୁ ହୋଇଥିବା ଏକ ମାମଲାରେ ରୁଆଙ୍କୁ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଉଥିବା ଅଭିଯୋଗରେ ଅଭିଯୁକ୍ତ କରିଥିଲା । ସେ ନିଜର ଲେଖାରେ କଶ୍ମୀର ଠାରୁ ଦୂରରେ ରହୁଥିବା ବ୍ୟଥା ନେଇ ଭାରତର ଚିତ୍ର ଉପରେ ପ୍ରଭାବ ପକାଇବାକୁ ଉଦ୍ୟମ କରିଛନ୍ତି । ଲେଖାରେ କୁହାଯାଇଛି ଯେ, କଶ୍ମୀରର ଶିଶୁ କେବେ ସାଧାରଣ ଜୀବନ ନେଇ ବଂଚିପାରିବ ନାହିଁ । ଏନଆଇଏର ତଦନ୍ତ ଅନୁସାରେ ବିଚ୍ଛିନ୍ନତାବାଦୀ ନେତା ଅଲତାଫ ଅହମଦ ଶାହ କଶ୍ମୀର ଘାଟିରେ ସୁରକ୍ଷା ବଳ ଉପରେ ପଥରମାଡ଼, ସ୍କୁଲରେ ନିଆଁ ଲଗାଇବା, ସର୍ବସାଧାରଣ ସଂପତ୍ତିକୁ କ୍ଷତି ପହଂଚାଇବା ଏବଂ ଯୁଦ୍ଧ ଭଳି ଆତଙ୍କବାଦୀ ଗତିବିଧି ଲାଗି ପାଣ୍ଠି ଯୋଗାଉଥିଲା ।

କେବଳ କଶ୍ମୀର ବିଚ୍ଛିନ୍ନତାବାଦୀ ନୁହଁନ୍ତି, ସ୍ଥାନୀୟ ଗଣମାଧ୍ୟମରେ ପାକିସ୍ତାନୀ ସାମ୍ବାଦିକଙ୍କୁ ଚାକିରି ଦିଆଯାଉଛି । ଏହି ସବୁ ରାଷ୍ଟ୍ରପତି ରେଚେପ ତୈୟପ ଏର୍ଦୋଗନଙ୍କ ଜାଣତରେ ହେଉଛି ବୋଲି ଜାତୀୟ ଗଣମାଧ୍ୟମର ରିପୋର୍ଟରୁ ଜଣାଯାଇଛି । ଏର୍ଦୋଗନ ଘରୋଇ ରାଜନୀତିରେ ଚରମପଂଥୀଙ୍କୁ ଦବାଇବା ଏବଂ କଟ୍ଟର ଇସଲାମିକ ଚିନ୍ତାଧାରା ରଖୁଥିବା ଲୋକଙ୍କ ବିକାଶରେ କାମ କରିବାକୁ ପ୍ରୋତ୍ସାହନ ଦେଇଥାନ୍ତି । ଏଥି ଲାଗି ଗଣମାଧ୍ୟମରେ ଚରମପଂଥୀ ଚିନ୍ତାଧାରା ରଖୁଥିବା ପାକିସ୍ତାନୀ ସାମ୍ବାଦିକଙ୍କୁ ସାମଲ କରାଯାଉଛି । କାରଣ ଏହି ସାମ୍ବାଦିକମାନଙ୍କୁ ଜଣା ଯେ ତୁର୍କୀ ରାଷ୍ଟ୍ରପତିଙ୍କୁ କିପରି ସନ୍ତୁଷ୍ଟ କରିହେବ ।

By amfnews

Related Post