Sun. Nov 24th, 2024

ଭାରତ ବନାମ ଅଷ୍ଟ୍ରେଲିଆ: ବର୍ଷା ଯୋଗୁଁ ବନ୍ଦ ହେଲା ୪ର୍ଥ ଟେଷ୍ଟ୍‍ର ୪ର୍ଥ ଦିନର ସକାଳ ସେସନ: ୨ୟ ସେସନ୍‌ ଆରମ୍ଭ

By amfnews Jan 6, 2019 #Featured
122 Views

ନୂଆଦିଲ୍ଲୀ, ଜାନୁଆରୀ ୬ : ସିଡ୍‌ନିସ୍ଥିତ ଏସ୍‌ସିଜି ଠାରେ ଭାରତ ଓ ଅଷ୍ଟ୍ରେଲିଆ ମଧ୍ୟରେ ଖେଳା ଯାଉଥିବା ୪ ଟେଷ୍ଟ୍‍ କ୍ରିକେଟ୍‌ ମ୍ୟାଚ୍‌ ଚତୁର୍ଥ ଦିବସର ସକାଳ ସେସନ ଖେଳ ଝିପିଝିପି ବର୍ଷା ଏବଂ କାଉଁଳିଆ ପାଗ ଯୋଗୁଁ ଖେଳାଯାଇ ପାରି ନାହିଁ। ନିର୍ଦ୍ଧାରିତ ସମୟ ଠାରୁ ଅଧ ଘଣ୍ଟାଏ ପୂର୍ବରୁ ଆରମ୍ଭ କରାଯିବାକୁ ଥିବା ଏହି ମ୍ୟାଚ୍‌ର ସକାଳ ସେସନ୍‌ ଗୋଟିଏ ମାତ୍ର ବଲ୍‌ ମଧ୍ୟ ପଡ଼ି ନ ପାରିବାରୁ ଅଷ୍ଟ୍ରେଲିଆ ବିପକ୍ଷରେ ଭାରତ ଆଗୁଆ ରହିଛି। ଅଷ୍ଟେଲିଆ ଭାରତ ଠାରୁ ୩୮୬ ରନ୍‌ ଓ ୪ ଓ୍ଵିକେଟ୍‌ରେ ପଛରେ ପଡ଼ିଥିବା ବେଳେ ଅଷ୍ଟ୍ରେଲିଆର ବ୍ୟାଟ୍‌ସ୍‌ମ୍ୟାନ୍‌ ପିଟର୍‌ ହ୍ୟାଣ୍ଡ୍‌ସ୍‌କମ୍ବ ୨୮ ରନ୍‌ ଏବଂ ପ୍ୟାଟ୍‌ କୁମିନ୍‌ସ୍‌ ୨୫ ରନ୍‌ କରି କ୍ରିଜ୍‌ରେ ଥିଲେ ଓ ଜାଦେଜା ବୋଲି କରୁଥିଲେ।

ବର୍ଷା ଛାଡ଼ିବାରୁ ସକାଳ ୮: ୨୦ ମିନିଟ୍‌ରେ ପୁନର୍ବାର ଖେଳ ଆରମ୍ଭ ହୋଇଥିଲା। ଭାରତ ଦ୍ୱିତୀୟ ନୂଆ ବଲ୍‌ରେ ଖେଳ ଆରମ୍ଭ କରିବା ବେଳେ ମହମ୍ମଦ ସାମି ୨୫ ରନ୍‌ କରିଥିବା ପ୍ୟାଟ୍‌ କୁମିନ୍‌ସ୍‌ଙ୍କ ବୋଲ୍‌ଡ୍‌ ଆଉଟ କରିଥିଲେ। ତାଙ୍କ ପରେ କ୍ରିଜ୍‌କୁ ଆସିଲେ ମିସେଲ୍‌ ଷ୍ଟାର୍କ।

୧୧୧ଟି ବଲ୍‌ରେ ପିଟର୍‌ ହ୍ୟାଣ୍ଡ୍‌ସ୍‌କମ୍ବ ୩୭ ରନ୍‌ କରିଥିବା ବେଳେ ଜସ୍‌ପ୍ରିତ୍‌ ବୁମ୍‌ରାଙ୍କ ବଲ୍‌ରେ ଆଉଟ୍‌ ହୋଇଗଲେ। ଏହା ଥିବା ଚତୁର୍ଥ ଟେଷ୍ଟ୍‍ରେ ବୁମ୍‌ରାଙ୍କ ପ୍ରଥମ ଓ୍ଵିକେଟ୍‌। ତାଙ୍କ ପରେ କ୍ରିଜ୍‌କୁ ଆସିଲେ ଜୋସ୍‌ ହାଜେଲ୍‌ଉଡ୍‌।ସକାଳ ୯: ୨୦ ପରେ ଡ୍ରିଙ୍କ୍‌ସ୍‌ ବେଳକୁ ମିସେଲ୍‌ ଷ୍ଟାର୍କ ୪୨ ରନ୍‌ ଏବଂ ଜୋସ୍‌ ହାଜେଲ୍‌ଉଡ୍‌ ୧୨ ରନ୍‌ କରି ଖେଳୁଥିଲେ।

By amfnews

Related Post