Tue. Jun 10th, 2025

ଭାରତ-ଚୀନ ବିବାଦ ମଧ୍ୟରେ, ଭାରତ ସମର୍ଥନରେ ସିନେଟରେ ପ୍ରସ୍ତାବ ପାରିତ କଲା ଆମେରିକା

By amfnews Aug 14, 2020 #Featured
179 Views

ୱାଶିଂଟନ, ଅଗଷ୍ଟ ୧୪ : ଆମେରିକାର ଦୁଇ ଶକ୍ତିଶାଳୀ ସିନେଟରଙ୍କ ଏକ ଦଳ ଗୁରୁବାର ଦିନ ସିନେଟରେ ଏକ ରିଜୋଲ୍ୟୁସନ ରଖି ଭାରତ ପ୍ରତି ଚୀନର ଆକ୍ରୋଶକୁ ସମାଲୋଚନା କରିଛନ୍ତି । ଭାରତ ବିରୋଧରେ ଚୀନ୍ ଆକ୍ରୋଶର ଲକ୍ଷ୍ୟ ଥିଲା ଦୁଇ ଦେଶ ମଧ୍ୟରେ ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲର ସ୍ଥିତିକୁ ପରିବର୍ତ୍ତନ କରିବା ।

ସିନେଟରେ ସଂଖ୍ୟାଗରିଷ୍ଠ ଦଳର ରିପବ୍ଲିକାନ୍ ହ୍ୱିପ୍ ସିନେଟର ଜନ୍ କର୍ନିନ୍ ଏବଂ ଇଣ୍ଟେଲିଜେନ୍ସ ଅଫ୍ ସିନେଟ୍ ସିଲେକ୍ଟ କମିଟିର ର଼୍ୟାଙ୍କିଙ୍ଗ୍ ସଦସ୍ୟ ସିନେଟର ମାର୍କ ୱାର୍ନରଙ୍କ ଏହି ପ୍ରସ୍ତାବ ଚୀନ୍ ଦ୍ୱାରା ପୂର୍ବ ଲଦାଖରେ ଭାରତ ସହ ଜାରି ରହିଥିବା ସାମରିକ କାର୍ଯ୍ୟକଳାପ ପରେ ଆସିଛି । କର୍ନିନ୍ ଏବଂ ୱାର୍ଣ୍ଣର ସିନେଟ୍ ଇଣ୍ଡିଆ କାଉକ୍ସର ସହ-ଚେୟାରମ୍ୟାନ୍ ମଧ୍ୟ ଅଛନ୍ତି |

କର୍ନିନ୍ କହିଛନ୍ତି ଯେ ସିନେଟ୍ ଇଣ୍ଡିଆ କାଉକ୍ସର ସହ-ପ୍ରତିଷ୍ଠାତା ଭାବରେ ମୁଁ ଆମେରିକା ଏବଂ ଭାରତ ମଧ୍ୟରେ ଦୃଢ ସମ୍ପର୍କର ମହତ୍ୱ ବିଷୟରେ ସ୍ପଷ୍ଟ ଭାବେ ଜାଣିଛି । ସିନେଟର କହିଛନ୍ତି ଯେ ଚୀନ୍ ବିରୋଧରେ ଠିଆ ହେବା ଏବଂ ଭାରତ-ପ୍ରଶାନ୍ତ ମହାସାଗରୀୟ ଅଞ୍ଚଳକୁ ସ୍ୱାଧୀନ ରଖିବା ପାଇଁ ଭାରତର ପ୍ରତିବଦ୍ଧତାକୁ ଆମେ ପ୍ରଶଂସା କରୁଛୁ ।

ସେ କହିଛନ୍ତି ଯେ ପୂର୍ବଭଳି ଆମେ ବର୍ତ୍ତମାନ ମଧ୍ୟ ଆମେ ଆମର ଭାରତୀୟ ଭାଗୀଦାରୀଙ୍କୁ ସମର୍ଥନ କରୁଛୁ କାରଣ ସେମାନେ ଚୀନ୍ ବିରୁଦ୍ଧରେ ଦୃଢତାର ସହ ଛିଡା ହୋଇଛନ୍ତି । ଚାଇନାର ଆପ୍ ଉପରେ ଭାରତୀୟ ନିଷେଧାଦେଶ ସମ୍ପର୍କରେ ଏହି ପ୍ରସ୍ତାବରେ କୁହାଯାଇଛି ଯେ ଚୀନ୍ ସୁରକ୍ଷା ବିପଦରୁ ଏହାର ଟେଲିକମ୍ ଭିତ୍ତିଭୂମି ସୁରକ୍ଷିତ ରଖିବା ପାଇଁ ଭାରତ ଯେଉଁ ପଦକ୍ଷେପ ନେଇଛି ତାହାକୁ ମଧ୍ୟ ଆମେ ପ୍ରଶଂସା କରୁଛୁ ।

By amfnews

Related Post