Mon. Dec 23rd, 2024

ଭାରତ-ଚୀନ ଉତ୍ତେଜନା ମଧ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପରିସ୍ଥିତି ସମ୍ପର୍କରେ ଅବଗତ କରାଇଲା ଭାରତୀୟ ସେନା

By amfnews Sep 8, 2020 #Featured
172 Views

ନୂଆଦିଲ୍ଲୀ, ସେପ୍ଟେମ୍ବର ୦୮  : ଭାରତ ଚୀନ ବିବାଦ ମଧ୍ୟରେ ସେପ୍ଟେମ୍ବର 7 ରାତିରେ ଘଟିଥିବା ଘଟଣା ସମ୍ପର୍କରେ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏକ ସରକାରୀ ବିବୃତ୍ତି ଜାରି କରାଯାଇଛି । ମନ୍ତ୍ରଣାଳୟ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ, ଭାରତୀୟ ଯବାନମାନଙ୍କୁ ଉତ୍ତେଜିତ କରିବା ପାଇଁ ଚୀନ ସୈନିକମାନେ ଗୁଳି ଚଳାଇଥିଲେ । ଏଥି ସହିତ ଚୀନ୍ ସେନା ଦେଇଥିବା ବିବୃତ୍ତି ସମ୍ପୂର୍ଣ୍ଣ ବିଭ୍ରାନ୍ତିକର ବୋଲି ଭାରତୀୟ ପ୍ରତିରକ୍ଷା ମନ୍ତ୍ରାଳୟ ସ୍ପଷ୍ଟ କରିଛି ।

ଚୀନ୍ ପକ୍ଷରୁ ଏହି ପ୍ରସଙ୍ଗରେ ବିଶ୍ୱକୁ ବିଭ୍ରାନ୍ତ କରିବାକୁ ଚେଷ୍ଟା କରାଯାଉଛି । ଭାରତୀୟ ସେନା କହିଛି ଯେ ସେପ୍ଟେମ୍ବର 7 ରେ ଚୀନ୍ ସୈନିକମାନେ ପ୍ରକୃତ ନିୟନ୍ତ୍ରଣ ଲାଇନରେ ଥିବା ଫରୱାର୍ଡ ପୋଷ୍ଟରେ ଭାରତୀୟ ସୈନିକଙ୍କ ନିକଟତର ହେବାକୁ ଚେଷ୍ଟା କରିଥିଲେ। ଆମର ଯବାନମାନଙ୍କୁ ଉତ୍ତେଜିତ କରିବା ପାଇଁ PLA ସୈନିକମାନେ ଅନେକ ରାଉଣ୍ଡ ବ୍ଲାଙ୍କ୍ ଫାୟରିଂ କରିଥିଲେ | ଲାଇନ୍ ଅଫ୍ ଆକ୍ଟୁଆଲ୍ କଣ୍ଟ୍ରୋଲରେ ଯେଭଳି କୌଣସି ଉତ୍ତେଜନା ସୃଷ୍ଟି ନହୁଏ ସେ ନେଇ ଭାରତୀୟ ସେନା ସମ୍ପୂର୍ଣ୍ଣ ଭାବରେ ଦାଯିତ୍ୱବାନ ।

ଗତକାଲି ଘଟିଥିବା ଏହି ଘଟଣା ପରେ ସ୍ଥାନୀୟ ସେନା କମାଣ୍ଡରଙ୍କ ପକ୍ଷରୁ ସେନା ମୁଖ୍ୟାଳୟକୁ ପରସ୍ଥିତି ସମ୍ପର୍କରେ ଅବଗତ କରାଯାଇଥିବା ଜଣାପଡିଛି । ପ୍ରତିରକ୍ଷା ସଚିବାଳୟର ଦକ୍ଷିଣ ବ୍ଲକରେ ସିଡିଏସ୍ ଏବଂ ତିନି ସେନା ପ୍ରମୁଖଙ୍କ ମଧ୍ୟରେ ଆଜି ଏକ ଉଚ୍ଚ ସ୍ତରୀୟ ବୈଠକ ଅନୁଷ୍ଠିତ ହେବ ବୋଲି ଜଣାପଡିଛି । ସନ୍ଧ୍ୟା 6 ଟାରେ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କ୍ୟାବିନେଟ ବୈଠକ ମଧ୍ୟ ଅନୁଷ୍ଠିତ ହେବ। ସେପ୍ଟେମ୍ବର 7 ଭାରତ ଓ ଚୀନ ମଧ୍ୟରେ ଘଟିଥିବା ସମସ୍ତ ଘଟଣା ସମ୍ପର୍କରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅବଗତ କରାଇଛି ଭାରତୀୟ ସେନା । ଏହା ସହ ଭାରତୀୟ ସେନାର ପ୍ରସ୍ତୁତି ସମ୍ପର୍କରେ ମଧ୍ୟ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଅବଗତ କରାଯାଇଛି ।

By amfnews

Related Post