Tue. May 6th, 2025

ଭାରତ-ଚୀନ୍ ସେନା ସଂଘର୍ଷ: ଆହତ ଭାରତୀୟ ଯବାନଙ୍କ ମଧ୍ୟରୁ ୪ଜଣଙ୍କ ସ୍ବାସ୍ଥ୍ୟାବସ୍ଥା ଉଦ୍‌ବେଗଜନକ

By amfnews Jun 17, 2020 #Featured
190 Views

ନୂଆଦିଲ୍ଲୀ: ସୋମବାର ରାତିରେ ପୂର୍ବ ଲଦାଖ ଅନ୍ତର୍ଗତ ଗଲ୍‌ୱାନ ଉପତ୍ୟକାରେ ଭାରତ ଓ ଚୀନ୍‌ର ସୈନିକମାନଙ୍କ ମଧ୍ୟରେ ହୋଇଥିବା ତୁମୁଳ ସଂଘର୍ଷ ଯୋଗୁଁ ଆହତ ହୋଇଥିବା ଭାରତୀୟ ସୈନିକମାନଙ୍କ ମଧ୍ୟରୁ ଚାରିଜଣଙ୍କ ସ୍ବାସ୍ଥ୍ୟାବସ୍ଥା ସଙ୍କଟଜନକ ସ୍ଥିତିରେ ରହିଛି। ଏହି ସଂଘର୍ଷ ଯୋଗୁଁ ଭାରତୀୟ ସେନାବାହିନୀର ଜଣେ କର୍ଣ୍ଣେଲ୍‌ଙ୍କ ସମେତ ୨୦ଜଣ ଯବାନ ସହିଦ ହୋଇଥିଲେ।

ଲଦାଖ ଅନ୍ତର୍ଗତ ସୀମାନ୍ତ ପରିସ୍ଥିତି ସଂକ୍ରାନ୍ତରେ ଆଜି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଚିଫ୍ ଅଫ୍ ଡିଫେନ୍‌ସ୍ ଷ୍ଟାଫ୍ ବିପିନ ରାୱତ ଏବଂ ତିନି ବାହିନୀର ମୁଖ୍ୟଙ୍କ ସହ ଏକ ବୈଠକରେ ଆଲୋଚନା କରୁଛନ୍ତି।

ଚୀନ୍‌ ସୈନିକମାନଙ୍କର ଏତାଦୃଶ ଆଚରଣରେ କ୍ଷୁବ୍‌ଧ ହୋଇ ଗୁଜରାଟବାସୀମାନେ ଚୀନ୍‌ର ରାଷ୍ଟ୍ରପତି ଜି ଜିନ୍‌ପିଙ୍ଗ୍‌ଙ୍କ ଫଟୋ ଏବଂ କୁଶ-ପୁତ୍ତଳିକା ଦାହ କରିଛନ୍ତି।

ବିଶେଷସୂତ୍ରରୁ ଜଣାପଡ଼ିଛି ଯେ, ଏହି ସୈନିକ ସଂଘର୍ଷ ଯୋଗୁଁ ଚୀନ୍‌ ପକ୍ଷର ଉଲ୍ଲେଖଯୋଗ୍ୟ ସଂଖ୍ୟକ ସୈନିକ ପ୍ରାଣ ହରାଇଛନ୍ତି। ବିବାଦସ୍ଥଳୀରୁ ଚୀନ୍‌ କରୁଥିବା ସୈନ୍ୟ ଅପସାରଣକୁ ଆଧାର କରି ଏହା ଅନୁମାନ କରାଯାଉଛି। ଏହାଛଡ଼ା ସମ୍ପୃକ୍ତ ଅଞ୍ଚଳରେ ଅଧିକ ସଂଖ୍ୟକ ଆମ୍ବୁଲାନ୍‌ସ୍ ଏବଂ ହେଲିକପ୍ଟର୍ ଚଳାଚଳ ମଧ୍ୟ ଦେଖାଯାଉଛି। ଏହି ସଂଘର୍ଷରେ କେତେ ସଂଖ୍ୟକ ଚୀନ୍ ସୈନିକ ମୃତାହତ ହୋଇଛନ୍ତି ତାହା ସୁନିଶ୍ଚିତ କରି କୁହା ନ ଯାଇ ପାରିଲେ ମଧ୍ୟ ୪୦ ଟପି ଥାଇ ପାରେ ବୋଲି ଅନୁମାନ କରାଯାଉଛି। ମୃତ ସୈନିକମାନଙ୍କ ମଧ୍ୟରେ ଚୀନ୍ ସେନାର ଜଣେ କମାଣ୍ଡିଙ୍ଗ୍ ଅଫିସର୍ ଥିବା କଥା ବିଶେଷସୂତ୍ରରୁ ଜଣାପଡ଼ିଛି।

By amfnews

Related Post