Mon. Mar 9th, 2026

ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ଉତ୍ତେଜା ହ୍ରାସ କରାଇ ପାରିବ: ଯୁକ୍ତରାଷ୍ଟ୍ର ଆମେରିକା

228 Views

ଓ୍ଵାସିଂଟନ୍‌: ଲଶ୍କର୍‌-ଏ-ତୈବା ଏବଂ ଜୈଶ୍‌-ଏ-ମହମ୍ମଦ ଭଳି ଆତଙ୍କବାଦୀ ସଂଗଠନର କାର୍ଯ୍ୟକଳାପ ନିମନ୍ତେ ପାକିସ୍ତାନ କର୍ତ୍ତୃପକ୍ଷ ଦାୟୀ ବୋଲି ଗୁରୁତ୍ୱାରୋପ କରି ଯୁକ୍ତରାଷ୍ଟ୍ର ଆମେରିକା ମଙ୍ଗଳବାର ଦିନ କହିଛି ଯେ ସିମ୍‌ଲା ରାଜିନାମା ଅନୁଯାୟୀ ଭାରତ ଓ ପାକିସ୍ତାନ ମଧ୍ୟରେ ସିଧାସଳଖ କଥାବାର୍ତ୍ତା ହେଲେ ସେ ମସର୍ଥନ କରିବ।

ବ୍ୟୁରୋ ଅଫ୍‌ ସାଉଥ୍‌ ଆଣ୍ଡ୍‌ ସେଣ୍ଟ୍ରାଲ୍‌ ଏସିଆର କାର୍ଯ୍ୟନିର୍ବାହୀ ସହକାରୀ ସଚିବ ଏଲିସ୍‌ ଜି େଓ୍ଵଲ୍‌ସ୍‌ କହିଛନ୍ତି: ୧୯୭୨ ମସିହା ସିମଲା ରାଜିନାମା ଆଧାରରେ ଭାରତ ଓ ପାକିସ୍ତାନ ମଧ୍ୟରେ ପ୍ରତ୍ୟକ୍ଷ କଥାବାର୍ତ୍ତା କଲେ ଉତ୍ତେଜନା ହ୍ରାସ ପାଇବ ବୋଲି ଆମେ ବିଶ୍ୱାସ କରୁ।

ମଙ୍ଗଳବାର ଦିନ ହାଉସ୍‌ ଫରେନ୍‌ ଆଫେୟାର୍ସ ସବ୍‌କମିଟି ଅନ୍‌ ଏସିଆ ଆଣ୍ଡ୍‌ ପାସିଫିକ୍‌ରେ ମନ୍ତବ୍ୟ ଦେଇ ସେ ଏ କଥା କହିଛନ୍ତି।
ସେ କହିଲେ, କଶ୍ମୀରରେ ହିଂସା ଭିଆଉଥିବା ପାକିସ୍ତାନର ଆତଙ୍କବାଦୀମାନେ ଉଭୟ କଶ୍ମୀରୀ ଏବଂ ପାକିସ୍ତାର ଶତ୍ରୁ ବୋଲି ନିକଟରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଦେଇଥିବା ସ୍ପଷ୍ଟ ମନ୍ତବ୍ୟକୁ ଆମେ ସ୍ୱାଗତ କରୁ।

େଓ୍ଵଲ୍‌ସ୍‌ କହିଲେ ଉଭୟ ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ବୈଦେଶିକ ସଚିବ ମାଇକ୍‌ ପମ୍ପିଓ ଭେଟାଭେଟି ହୋଇ ସେମାନଙ୍କର ଭାରତୀୟ ଏବଂ ପାକିସ୍ତାନୀ ପ୍ରତିପକ୍ଷମାନଙ୍କ ସହ ଅନେକ ବାର ଆଲୋଚନା କରିଛନ୍ତି।

By amfnews

Related Post