Thu. Dec 26th, 2024

ଭାରତୀୟ ସେନା ପାଇଁ ଆଇଆଇଟି କାନପୁରର ୪ କେଜି ଓଜନର ହେଲିକେପ୍ଟର ଉଦ୍ଭାବନ । ନିସ୍ତାର ପାଇବେନି ଶତ୍ରୁ ସୈନ୍ୟ

By amfnews Feb 5, 2021 #Featured
128 Views

ନୂଆଦିଲ୍ଲୀ, ଫେବୃୟାରୀ ୦5 : ଏବେ ଶତ୍ରୁ ସେନାର ନିର୍ଗତ ହେବ ସ୍ବେଦ । ବରଫ ଓ ଦୁର୍ଗମ ପାହାଡ଼ ସନ୍ଧିରେ ଲୁଚିଲେ ବି ମିଳିବନି ନିସ୍ତାର । ଶତ୍ରୁ ପକ୍ଷର ଆତ୍ମଗୋପନ କାରୀ ଙ୍କୁ ଅକ୍ଳେଶରେ ଧରା ପକାଇଦେବା ପାଇଁ ତିଆରି ହୋଇଛି ନୂଆ ଏକ ଉପକରଣ । ଆଇଆଇଟି କାନପୁର ଭାରତୀୟ ସେନା ଙ୍କ ପାଇଁ ତିଆରି କରିଛି ଏଭଳି ୪ କେଜିଆ ହେଲିକେପ୍ଟର ।

ନିଆରା ଉଦ୍ଭାବନ ପାଇଁ ସବୁବେଳେ ଚର୍ଚ୍ଚାରେ ଥିବା କାନପୁର ଆଇଆଇଟି ଭାରତୀୟ ସେନା ଙ୍କୁ ଦୃଷ୍ଟିରେ ରଖି ଏଭଳି ଅତି ଛୋଟ ୪ କେଜି ଓଜନ ର ହେଲିକେପ୍ଟର ବିକଶିତ କରିଛି । ଯାହାକୁ ବ୍ୟବହାର କରି ଭାରତୀୟ ସେନା ତାର କଠିନ ରୁ କଠିନ ମିଶନ ର ଲକ୍ଷ୍ୟ ହାସଲ କରିପାରିବ । ଏରୋସ୍ପେସ ଇଞ୍ଜିନିୟରିଂ ବିଭାଗ ର ବରିଷ୍ଠ ବୈଜ୍ଞାନିକ ପ୍ରଫେସର ଅଭିଷେଖ ଙ୍କ ତତ୍ୱାବଧାନରେ ପ୍ରସ୍ତୁତ ଏହି ହେଲିକେପ୍ଟର ରେ ଚାରିପଟେ ହାଇ କ୍ୱାଲିଟି ର କ୍ୟାମେରା ସହିତ ସେନ୍ସର ସଂଯୋଜିତ ହୋଇଛି ।

ଏହି ହେଲିକେପ୍ଟର ୧୫ କିମି ଦୂରରୁ ଫୋଟୋ ଭିଡିଓ ଡାଟା ପ୍ରେରଣ କରିପାରିବ । ମାଇନସ ୨୦ ରୁ୧ ୫୦ ଡିଗ୍ରୀ ଭିତରେ ବି ଯେ କୌଣସି ସ୍ଥାନରୁ ଉଡାଣ ଭରିପାରିବ । ଲେହ, ଲଦାଖ, ଅରୁଣାଚଳ ର ଦୁର୍ଗମ ଅଞ୍ଚଳରେ ଶତ୍ରୁ ସେନା ର ଗତିବିଧି ନିରୀକ୍ଷଣ କାର୍ଯ୍ୟରେ ଏହାକୁ ନିୟୋଜିତ କରାଯାଇ ପାରିବ ।

By amfnews

Related Post