Mon. Nov 18th, 2024

ଭାରତୀୟ ସେନାର ଏନକାଉଣ୍ଟର, ହନ୍ଦୱାଡାରେ ଜଣେ ଆତଙ୍କବାଦୀ ନିହତ

By amfnews Nov 2, 2018 #Featured
86 Views

ଶ୍ରୀନଗର, ନଭେମ୍ବର ୦୨ : ଜମ୍ମୁ କଶ୍ମୀରର ହନ୍ଦୱାଡାରେ ଶୁକ୍ରବାର ସକାଳୁ ଭାରତୀୟ ସେନାର ଏନକାଉଣ୍ଟରରେ ଜଣେ ଆତଙ୍କବାଦୀ ନିହତ ହୋଇଥିବା ଜଣାପଡ଼ିଛି । ଜାତୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ ହନ୍ଦୱାଡାର ଏକ ନିର୍ଦ୍ଧିଷ୍ଟ ଜଙ୍ଗଲରେ ଆତଙ୍କବାଦୀମାନେ ଲୁଚି ରହିଥିବା ସୂଚନା ମିଳିବା ମାତ୍ରେ ଭାରତୀୟ ସେନାର ଉତ୍ତର କମାଣ୍ଡ ପକ୍ଷରୁ ଏନକାଉଣ୍ଟର କରାଯାଇଥିଲା । ଘଟଣାସ୍ଥଳରେ ହିଁ ଆତଙ୍କବାଦୀ ନିହତ ହୋଇଛି ବୋଲି ସେନାର ଜଣେ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

ଜମ୍ମୁ କଶ୍ମୀରର ବଡ଼ଗାମରେ ଗୁରୁବାର ସକାଳୁ ସୁରକ୍ଷାବାହିନୀର ଯବାନମାନେ ୨ ଜଣ ପାକିସ୍ତାନୀ ଆତଙ୍କବାଦୀଙ୍କୁ ନିହତ କରିଥିଲେ । ଏନକାଉଣ୍ଟର  ସମୟରେ ଆତଙ୍କବାଦୀମାନେ ସେନାର ଯବାନମାନଙ୍କ ଉପରକୁ ଗୁଳି କରିଥିଲେ ମଧ୍ୟ ସେମାନେ ସଫଳ ହୋଇ ନଥିଲେ ।

By amfnews

Related Post