172 Views
ନୂଆଦିଲ୍ଲୀ, ଅକ୍ଟୋବର ୨୨: ସର୍ବଦା ବିବାଦୀୟ ବୟାନ ଦେଇ ଚର୍ଚ୍ଚାରେ ରହୁଥିବା କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂଙ୍କ ପୁଣି ଏକ ମନ୍ତବ୍ୟକୁ ନେଇ ବିବାଦ ଛିଡା ହୋଇଛି । ଗତକାଲି ସେ କହିଛନ୍ତି ଯେ ଭାରତରେ ବାସ କରୁଥିବା ସମସ୍ତ ମୁସଲମାନ ପ୍ରଭୁ ଶ୍ରୀରାମଙ୍କ ବଂଶଜ । ତେଣୁ ମୁସଲିମମାନେ ରାମ ମନ୍ଦିରକୁ ବିରୋଧ କରିବା ଅନୁଚିତ ବୋଲି ସେ କହିଛନ୍ତି ।
ଉତରପ୍ରଦେଶ ବାଗପତରେ ସେ କହିଛନ୍ତି କି, ମୁସଲିମମାନେ ରାମ ମନ୍ଦିରକୁ ବିରୋଧ ନ କରନ୍ତୁ । ଯେଉଁମାନେ ବିରୋଧ କରୁଛନ୍ତି ସେମାନେ ଏହାକୁ ସମର୍ଥନ କରିବା ଉଚିତ । ନଚେତ ହିନ୍ଦୁମାନେ ଅସନ୍ତୁଷ୍ଟ ହେବେ । ମୁସଲମାନଙ୍କୁ ଘୃଣା କରିବେ ଏବଂ ଏହି ଘୃଣା ଅଧିକ ହେଲେ ପରିସ୍ଥିତି ଭୟାବହ ହେବ ।
ସେ ଆହୁରି ମଧ୍ୟ କହିଛନ୍ତି ଯେ ରାମ ମନ୍ଦିର ନିଶ୍ଚିତ ନିର୍ମାଣ ହେବ । ଏହି ପ୍ରସଙ୍ଗ କ୍ୟନସରର ଦ୍ୱିତୀୟ ଷ୍ଟେଜ ଭଳି ।
କମୁଛି ହିନ୍ଦୁଙ୍କ ସଂଖ୍ୟା
କେନ୍ଦ୍ରମନ୍ତ୍ରୀ କହିଛନ୍ତି ଯେ ଯେଉଁଠାରେ ହିନ୍ଦୁଙ୍କ ସଂଖ୍ୟା କମିବାରେ ଲାଗିଛି ସେଠାରେ ସେମାନଙ୍କ ସ୍ୱର ମଧ୍ୟ ଚାପି ଦିଆଯାଉଛି । ରାଜ୍ୟର ୨୦ଟି ଜିଲ୍ଲାରେ ୨୦ବର୍ଷ ପରେ ହିନ୍ଦୁମାନେ ମୁହଁ ଖୋଲିବେ ନାହିଁ । ଦେଶରେ ଏପରି ୫୪ଟି ଜିଲା ରହିଛି ।