Wed. Dec 25th, 2024

ଭାରତୀୟ ଜଳସେନାରେ କାର୍ଯ୍ୟରତ ଅଧିକାରୀଙ୍କୁ ଚେନ୍ନାଇରୁ ଅପହରଣ, ମହାରାଷ୍ଟ୍ରରେ ହତ୍ୟା

By amfnews Feb 7, 2021 #Featured
229 Views

ମୁମ୍ବାଇ, ଫେବୃଆରୀ ୦୭ : ମହାରାଷ୍ଟ୍ରର ପାଳଘର ଜିଲ୍ଲାରେ ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟଣା ଲୋକଲୋଚନକୁ ଆସିଛି । ଏଠାରେ ଭାରତୀୟ ଜଳସେନାରେ କାର୍ଯ୍ୟରତ ଜଣେ ଅଧିକାରୀଙ୍କୁ ଚେନ୍ନାଇରୁ ଅପହରଣ କରାଯାଇ ଜୀଅନ୍ତା ଜାଳି ଦିଆଯାଇଛି । ପାଳଘର ପୋଲିସର ସୂଚନା ଅନୁସାରେ ନୌସେନାର ଅଧିକାରୀ ହେଲେ ସୁରଜ କୁମାର ଦୁବେ (୨୭) । ସେ ଝାଡ଼ଖଣ୍ଡର ରାଂଚୀ ନିବାସୀ ଥିଲେ । ପୋଲିସ ଅଜ୍ଞାତ ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ କରି ଘଟଣାର ତତନ୍ତ କରୁଛି । 

ପାଳଘର ପୋଲିସକୁ ମିଳିଥିବା ସୂଚନା ଅନୁସାରେ ସୁରଜ ଦୁବେ ନାଁରେ ନୌସେନା ଅଧିକାରୀଙ୍କ ଚେନ୍ନାଇ ବିମାନବନ୍ଦର ନିକଟରେ ଅପହରଣ ହୋଇଥିଲା । ଦୁର୍ବୃତ୍ତମାନେ ଅପହରଣ ପରେ ନୌସେନା ଅଧିକାରୀ ୧୦ ଲକ୍ଷ ଟଙ୍କା ମାଗିଥିଲେ । କିନ୍ତୁ ଏହା ନ ମିଳିବା ପରେ ଅଧିକାରୀଙ୍କୁ ସେମାନେ ୧୪୦୦ କିଲୋମିଟର ଦୂର ପାଳଘରସ୍ଥିତ ଜଙ୍ଗଲକୁ ନେଇଯାଇଥିଲେ । ଜଙ୍ଗଲରେ ସୁରଜଙ୍କୁ ପେଟ୍ରୋଲ ଢାଳି ଦେଇଥିଲେ । ନିଆଁ ଲଗାଇବା ପରେ ସେଠାରୁ ଚାଲି ଯାଇଥିଲେ । କିନ୍ତୁ ସୁରଜ ଘଟଣାସ୍ଥଳରେ ବଂଚିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିଲା । 

ସୁରଜଙ୍କୁ ଦୁର୍ବୃତ୍ତମାନେ ଅପହରଣ କରିବାର ୩ ଦିନ ଯାଏଁ ଚେନ୍ନାଇର ଏକ ଅଜ୍ଞାତ ସ୍ଥାନରେ ଗୋପନରେ ରଖିଥିଲେ ବୋଲି ପୋଲିସ କହିଛି । ସେମାନେ ୧୦ ଲକ୍ଷ ଟଙ୍କା ଦାଦାବଟୀ ଦାବି କରିଥିଲେ । କିନ୍ତୁ ଟଙ୍କା ନ ମିଳିବାରୁ ସୁରଜଙ୍କୁ ପାଳଘର ଜିଲ୍ଲା ଡହାଣୁ ତଳାସରୀର ଭେବଜୀ ଅଂଚଳରେ ଥିବା ଜଙ୍ଗଲରେ ଜୀଅନ୍ତା ଜାଳି ଦେଇଥିଲେ । 

By amfnews

Related Post