Sat. Mar 7th, 2026

ଭାରତୀୟ ଜନତା ପାର୍ଟିର ଷ୍ଟାର୍‌ ପ୍ରଚାରକଙ୍କ ତାଲିକାରେ ନାହାଁନ୍ତି ଏହି ଦୁଇ ବରିଷ୍ଠ ନେତା, ଚର୍ଚ୍ଚିତ ମାଆ-ପୁଅ ବି ବାଦ୍‌

317 Views

ନୂଆଦିଲ୍ଲୀ: ଲୋକସଭା ନିର୍ବାଚନପୂର୍ବରୁ ପ୍ରଥମ ଓ ଦ୍ୱିତୀୟ  ପର୍ଯ୍ୟାୟ ପାଇଁ ଭାରତୀୟ ଜନତା ପାର୍ଟି ପକ୍ଷରୁ ୪୦ ଜଣ ଷ୍ଟାର୍‌ ପ୍ରଚାରକଙ୍କ ତାଲିକା ଘୋଷିତ ହୋଇଛି। ଏହି ତାଲିକାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,ରାଷ୍ଟ୍ରୀୟ ଅଧ୍ୟକ୍ଷ ମିତ ଶାହା, କେନ୍ଦ୍ର ମନ୍ତ୍ରୀ ରାଜନାଥ ସିଂହ,ନିତିନ ଗଡକାରୀ,ଅରୁଣ ଜେଟଲୀ, ସୁଷମା ସ୍ୱରାଜ, ବରିଷ୍ଠ ନେତ୍ରୀ ଉମା ଭାରତୀ,ଉତ୍ତର ପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରମୁଖଙ୍କ ନାଆଁ ରହିଛି। ତେବେ ଏହି ତାଲିକାରେ ଭାଜପାର ଦୁଇ ବରିଷ୍ଠ ନେତାଙ୍କ ନାଆଁ ନ ଥିବା ଜଣାଯାଇଛି। ଏ ଦୁଇ ନେତା ହେଲେ ପୂର୍ବତନ ଉପ ପ୍ରଧାନମନ୍ତ୍ରୀ ଲାଲକୃଷ୍ଣ ଆଡଭାନୀ ଓ ପୂର୍ବତନ କେନ୍ଦ୍ରମନ୍ତ୍ରୀ ମୁରଲୀ ମନୋହର ଯୋଶୀ।

ଖାଲି ସେତିକି ନୁହେଁ ଷ୍ଟାର ପ୍ରଚାରକଙ୍କ ତାଲିକାରେ କେନ୍ଦ୍ର ମନ୍ତ୍ରୀ ମେନକା ଗାନ୍ଧୀ ଓ ତାଙ୍କ ପୁଅ ତଥା ସାଂସଦ ବରୁଣ ଗାନ୍ଧୀଙ୍କ ନାମ ବି ନାହିଁ। ଚଳିତ ଲୋକସଭା  ନିର୍ବାଚନରେ ଭାରତୀୟ ଜନତା ପାର୍ଟି ୭୫ ବର୍ଷରୁ ଅଧିକ ବୟସ୍କ ସାଂସଦ ମାନଙ୍କୁ ମଧ୍ୟ ଟିକେଟ୍‌ ଦେଇ ନାହିଁ। ବରିଷ୍ଠ ନେତା ଲାଲକୃଷ୍ଣ ଆଡଭାନୀ ମୁରଲୀ ମନୋହର ଯୋଶୀ ଓ କଲରାଜ ମିଶ୍ର ନିର୍ବାଚନ ନ ଲଢିବାକୁ  ସ୍ଥିର କରିଥିବା କୁହାଯାଉଛି।

By amfnews

Related Post