Sat. Jun 7th, 2025

ଭାରତୀୟ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’କୁ ମିଳିଲା ଓସ୍କାର ପୁରସ୍କାର

By amfnews Feb 25, 2019 #Featured
422 Views

ନୂଆଦିଲ୍ଲୀ:ଆମେରିକାର କାଲିଫର୍ଣ୍ଣିଆର ଡଲ୍‌ବି ଥିଏଟରରେ ଅନୁଷ୍ଠିତ ହୋଇଛି ସିନେମା ଜଗତର ସବୁଠାରୁ ପ୍ରତିଷ୍ଠିତ ଆଓ୍ଵାର୍ଡ ଓସ୍କାର ଆଓ୍ଵାର୍ଡ ସମାରୋହ। ଏଥିରେ ଭାରତରୁ ପ୍ରସ୍ତୁତ କ୍ଷୁଦ୍ର ପ୍ରାମାଣିକ ଚଳଚ୍ଚିତ୍ର ‘ପିରିଅଡ୍‌ ଏଣ୍ଡ୍‌ ଅଫ୍‌ ସେଣ୍ଟେନ୍‌ସ’ କୁ ଶ୍ରେଷ୍ଟ ଡକ୍ୟୁମେଣ୍ଟାରି ସର୍ଟ ଫିଲ୍ମ ଶ୍ରେଣୀରେ ପୁରସ୍କୃତ କରାଯାଇଛି। ଅପରପକ୍ଷରେ ଶ୍ରେଷ୍ଠ ବିଦେଶୀ ଫିଲ୍ମ ଭାବେ ‘ରୋମା’କୁ ଓସ୍କାର ଆଓ୍ଵାର୍ଡ ମିଳିଛି। ଓସ୍କାରର ୧୦ଟି ଶ୍ରେଣୀରେ ନାମାଙ୍କିତ ହୋଇଥିବା ଏହି ଫିଲ୍ମ ‘ରୋମା’ ଶ୍ରେଷ୍ଠ ସିନେମାଟୋଗ୍ରାଫି ଶ୍ରେଣୀ ପାଇଁ ବି ପୁରସ୍କୃତ ହୋଇଛି।

୯୧ତମ ଓସ୍କାର ଉତ୍ସବରେ ଶ୍ରେଷ୍ଠ ସହ ଅଭିନେତ୍ରୀ ଭାବେ ରେଜିନା କିଙ୍ଗ୍‌ (ଫିଲ୍ମ:ଇଫ୍‌ ବିଲ୍‌ ଷ୍ଟ୍ରିଟ୍‌ କୁଡ ଟକ୍‌),ଶ୍ରେଷ୍ଠ ସହ ଅଭିନେତା ଭାବେ ମାହର୍ଶାଲା ଅଲୀ, ଶ୍ରେଷ୍ଠ ଆନିମେଟେଡ୍‌ ଫିଚର୍‌ ଫିଲ୍ମ ସ୍ପାଇଡର ମ୍ୟାନ୍‌,ଇନ୍‌ଟୁ ଦ ସ୍ପାଇଡର୍‌ ବର୍ସ, ଶ୍ରେଷ୍ଠ ଆନିମେଟେଡ୍‌ ସର୍ଟ ଫିଲ୍ମ ବାଓ, ଶ୍ରେଷ୍ଠ ଭିଜୁଆଲ୍‌ ଇଫେକ୍ଟସ୍‌ ଫାର୍ଷ୍ଟ ମ୍ୟାନ୍‌ଏବଂ କଷ୍ଟ୍ୟୁମ୍‌ ଡିଜାଇନ ଶ୍ରେଣୀରେ ରୁଥ୍‌ କାର୍ଟରକୁ ପୁରସ୍କୃତ କରାଯାଇଛି। ଏଥର ଓସ୍କାର ଆଓ୍ଵାର୍ଡ ଉତ୍ସବରେ କିନ୍ତୁ କେହି ହୋଷ୍ଟ ନ ଥିଲେ।

By amfnews

Related Post