Fri. Mar 6th, 2026

ଭାରତୀୟ କ୍ରିକେଟ ଦଳର ଅଲରାଉଣ୍ତର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତାଙ୍କ ଦେହାନ୍ତ

258 Views

ନୂଆଦିଲ୍ଲୀ, ଜାନୁଆରୀ ୧୬ : ଭାରତୀୟ କ୍ରିକେଟ୍ ଦଳର ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ପିତା ହିମାଂଶୁ ପାଣ୍ଡ୍ୟାଙ୍କ ଶନିବାର ଦେହାନ୍ତ ଘଟିଛି। ସୂଚନା ଅନୁଯାୟୀ, ହୃଦଘାତରେ ତାଙ୍କ ପିତାଙ୍କର ମୃତ୍ୟୁ ହୋଇଛି। ହାର୍ଦ୍ଦିକଙ୍କ ବଡଭାଇ କୃଣାଲ ବର୍ତ୍ତମାନ ବରୋଦା ଦଳର ଅଧିନାୟକ ସୟଦ ମୁସ୍ତାକ ଅଲି ଟ୍ରଫିରେ ଖେଳୁଛନ୍ତି।

ପିତାଙ୍କ ଦେହାନ୍ତ ଖବର ପାଇବା ପରେ କୃଣାଲ ସୟଦ ମୁସ୍ତାକ ଅଲି ଟ୍ରଫିରେ ବରୋଦାର ଅଧିନାୟକ ଦାୟିତ୍ବରୁ ଓହରିଯାଇଛନ୍ତି। ବର୍ତ୍ତମାନ ସେ ଏହି ଟୁର୍ନାମେଣ୍ଟରେ ଦଳ ପାଇଁ ଖେଳି ପାରିବେ ନାହିଁ। ଏପର୍ଯ୍ୟନ୍ତ ସେ ଦଳ ପାଇଁ ଚାରିଟି ମ୍ୟାଚ୍ ଖେଳିଛନ୍ତି। ଯେଉଁଥିରେ ସେ ପ୍ରଥମ ମ୍ୟାଚରେ ଉତ୍ତରାଖଣ୍ଡ ବିପକ୍ଷରେ ଖେଳୁଥିବାବେଳେ ଚାରିଟି ୱିକେଟ୍ ନେଇଛନ୍ତି ।

କୃଣାଲ ପାଣ୍ଡ୍ୟା ବାୟୋ ବବୁଲରୁ ବାହାରିଛନ୍ତି ବୋଲି ବରୋଦା କ୍ରିକେଟ୍ ଆସୋସିଏସନର କାର୍ଯ୍ୟନିର୍ବାହୀ ଅଧିକାରୀ ଶିଶିର ହାଟଙ୍ଗାଡି କହିଛନ୍ତି। ବରୋଦା କ୍ରିକେଟ୍ ଆସୋସିଏସନ୍ ଏହି ଦୁଃଖରେ ହାର୍ଦ୍ଦିକ ଏବଂ କୃଣାଲଙ୍କ ସହ ରହିଥିବା ସେ କହିଛନ୍ତି  ।

By amfnews

Related Post