Sun. Mar 8th, 2026

ଭାରତର ୭୦% ଦରିଦ୍ରତମ ବ୍ୟକ୍ତିଙ୍କ ସମୁଦାୟ ସମ୍ପତ୍ତି ଠାରୁ ୪ ଗୁଣ ଅଧିକ ସମ୍ପତ୍ତି ଅଛି ୧% ସର୍ବୋଚ୍ଚ ଧନୀ ବ୍ୟକ୍ତିଙ୍କ ପାଖରେ: ଅଧ୍ୟୟନ

162 Views

ଡାଭୋସ୍‌ : ଭାରତର ୭୦% ଦରିଦ୍ରତମ ବ୍ୟକ୍ତିଙ୍କ ପାଖରେ ସମୁଦାୟ ଯେତେ ସମ୍ପତ୍ତି ଅଛି ୧% ସର୍ବୋଚ୍ଚ ଧନୀ ବ୍ୟକ୍ତିଙ୍କ ପାଖରେ ତା’ର ୪ଗୁଣ ଅଧିକ ଅଛି ବୋଲି ସୋମବାର ଦିନ ଏକ ନୂତନ ଅଧ୍ୟୟନ ପ୍ରକାଶ କରିଛି। ଭାରତର ପ୍ରାୟ ୯୫୩ ନିୟୁତ ଲୋକ ଦରିଦ୍ରତମ ବର୍ଗରେ ଅଛନ୍ତି।
‘ଓ୍ଵାର୍ଲଡ୍‌ ଇକୋନମିକ୍‌ ଫୋରମ୍‌’ର ୫୦ତମ ବାର୍ଷିକ ଅଧିବେଶନ ପୂର୍ବରୁ ଡୋଭାସ୍‌ ଠାରେ ‘ଟାଇମ୍‌ ଟୁ କେୟାର୍‌’ ଶୀର୍ଷକ ଏହି ଅଧ୍ୟୟନ ପତ୍ରକୁ ରିଲିଜ୍‌ କରିଥିଲା ‘ଅକ୍‌ସ୍‌ଫାମ୍‌’। ବିଶ୍ୱର ୬୦% ଜନତାଙ୍କ (୪. ୫ ବିଲିୟନ୍‌) ପାଖରେ ଯେତେ ସମ୍ପତ୍ତି ରହିଛି, ତାଠାରୁ ଯଥେଷ୍ଟ ଅଧିକ ସମ୍ପତ୍ତି ରହିଛି ୨, ୧୫୩ ଜଣ ଅରବପତିଙ୍କ ପାଖରେ ଥିବା କଥା ଏହି ଅଧ୍ୟୟନରୁ ଜଣାପଡ଼ିଛି।

ଗତ ଦଶନ୍ଧିରେ ବିଶ୍ୱରେ ଆର୍ଥିକ ଅସମାନତା ବଢ଼ିଚାଲିଛି ଏବଂ ଅରବପତିଙ୍କ ସଂଖ୍ୟା ଦୁଇଗୁଣ ହୋଇଯାଇଛି। ଅବଶ୍ୟ ଗତବର୍ଷ ସାମଗ୍ରିକ ଭାବେ ଅରବପତିଙ୍କର ସମ୍ପତ୍ତି ହ୍ରାସ ପାଇଛି।

ଅସମାନତା ନିରାକରଣ ନୀତି ବିନା ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ଥିବା ବ୍ୟବଧାନ ହ୍ରାସ କରାଯାଇ ପାରିବ ନାହିଁ। କିନ୍ତୁ, ଏଥିପାଇଁ ଖୁବ୍‌ କମ୍‌ ସଂଖ୍ୟକ ସରକାର ପ୍ରତିବଦ୍ଧ ରହିଛନ୍ତି ବୋଲି ବୋଲି ଅକ୍ସ୍‍ଫାମ୍‌ ଇଣ୍ଡିଆର ସିଇଓ ଅମିତାଭ ବେହର କହିଛନ୍ତି।

By amfnews

Related Post