Sun. Dec 29th, 2024

ଭାରତର ଉତ୍ତର ସୀମାରେ ଚୀନ ମୁତୟନ କରିଛି ୬୦ ହଜାର ସୈନିକ: ମାଇକ ପୋମ୍ପିଓ

By amfnews Oct 11, 2020 #Featured
159 Views

ୱାଶିଂଟନ, ଅକ୍ଟୋବର ୧୧ : ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ କହିଛନ୍ତି, ଭାରତର ଉତ୍ତର ସୀମାରେ ଚୀନ ୬୦ ହଜାର ସୈନିକ ମୁତୟନ କରିଛି । ଆମେରିକା, ଜାପାନ, ଭାରତ ଓ ଅଷ୍ଟ୍ରେଲିଆ ଉପରେ ଆଧାରିତ କ୍ୱାର୍ଡ ଦେଶର ବିଦେଶ ମନ୍ତ୍ରୀ ମଙ୍ଗଳବାରକୁ ଟୋକିଏରେ ଏକଜୁଟ ହୋଇଥିଲେ । କରୋନା ଭାଇରସ ମହାମାରୀ ଆରମ୍ଭ ହେବା ପରେ ବ୍ୟକ୍ତିଗତ ଉପସ୍ଥିତିରେ ଏହା ଥିଲା ପ୍ରଥମ ଆଲୋଚନା ।

ଏହି ବୈଠକ ହିନ୍ଦ-ପ୍ରଶାନ୍ତ କ୍ଷେତ୍ର, ଦକ୍ଷିଣ ଚୀନ ସାଗର ଓ ପୂର୍ବ ଲଦ୍ଦାଖରେ ବାସ୍ତବିକ ନିୟନ୍ତ୍ରଣ ରେଖାରେ ଆକ୍ରମଣାତ୍ମକ ସୈନ୍ୟ ଉତ୍ତେଜନାର ପୃଷ୍ଟଭୂମିକୁ ନେଇ ଆଲୋଚନା ହୋଇଥିଲା । ଏହି ବୈଠକରୁ ଫେରିବା ପରେ ପୋମ୍ପିଓ ଶୁକ୍ରବାର ଏକ କାର୍ଯ୍ୟକ୍ରମରେ କହିଛନ୍ତି, ଭାରତ କଡ଼ା ନଜର ରଖିଥିବା ପରେ ଏହାର ଉତ୍ତର ସୀମାରେ ଚୀନ ୬୦ ହଜାର ସୈନିକ ମୁତୟନ କରିଛି । ସେ କହିଛନ୍ତି, ଭାରତ, ଅଷ୍ଟ୍ରେଲିଆ ଓ ଜାପାନ ନିଜର ସମକକ୍ଷଙ୍କ ସହିତ ଥିଲି । ୪ ବଡ଼ ଗଣତନ୍ତ୍ର, ୪ ଶକ୍ତିଶାଳୀ ଅର୍ଥବ୍ୟବସ୍ଥା, ୪ ରାଷ୍ଟ୍ରର ଏହି ପ୍ରାରୁପକୁ କ୍ୱାର୍ଡ କୁହାଯାଇଥାଏ ।

By amfnews

Related Post