Sat. Mar 7th, 2026

ଭାରତରେ ୫ଜି ପରୀକ୍ଷଣରେ ଭାଗ ନେଲା ହୁୱେଇ

262 Views

ନୂଆଦିଲ୍ଲୀ: ଚୀନ୍ କମ୍ପାନି ହୁୱେଇକୁ ପାଶ୍ଚାତ୍ୟ ଦେଶଗୁଡ଼ିକୁ ‌ବିରୋଧ କରାଯାଉଥିବାବେଳେ ଭାରତରେ ଏହି କମ୍ପାନିକୁ ସରକାର ୫ଜି ଟେଲିଫୋନ ସେବା ପ୍ରଦାନ ସଂକ୍ରାନ୍ତ ପରୀକ୍ଷଣ ପାଇଁ ଅନୁମତି ପ୍ରଦାନ କରିଛନ୍ତି। ସରକାର ପ୍ରଥମେ ୫ଜି ପରୀକ୍ଷଣ ନେଇ ଅନ୍ତର୍ଜାତୀୟ ସ୍ତରର କମ୍ପାନି ଗୁଡ଼ିକୁ ଅନୁରୋଧପତ୍ର ପଠାଇଥିଲେ ମଧ୍ୟ ସେଥିରୁ ଚୀନ୍ କମ୍ପାନି ହୁୱେଇ ଓ ଜେଡ୍‌ଟିଇକୁ ବାଦ୍ ଦିଆଯାଇଥିଲା। ତେବେ ଭାରତରେ ଏକ ବୃହତ୍ ସେଣ୍ଟର ସ୍ଥାପନ କରିଥିବା ହୁୱେଇ ଏହାର ପ୍ରତିବାଦ କରିଥିଲା। ଏହାପରେ ଏହି କମ୍ପାନିକୁ ଅନୁରୋଧ ପତ୍ର ପଠାଯାଇଥିଲା। କମ୍ପାନି ମଧ୍ୟ ପରୀକ୍ଷଣ ପାଇଁ ତଥ୍ୟ ଉପସ୍ଥାପନରେ ଭାଗ ନେଇଥିଲା।

By amfnews

Related Post