124 Views
ନୂଆଦିଲ୍ଲୀ : ସୋମବାର ଦିନ ଭାରତରେ କରୋନାଭାଇରସ୍ ରୋଗୀଙ୍କ ସଂଖ୍ୟା ୪୩କୁ ବୃଦ୍ଧି ପାଇଛି। କେରଳର ଜଣେ ତିନି ବର୍ଷର ଶିଶୁଙ୍କ ସମେତ ଉତ୍ତରପ୍ରଦେଶରେ ଜଣେ, ଦିଲ୍ଲୀରେ ଜଣେ ଏବଂ ଜମ୍ମୁରେ ଜଣେ କରୋନା ରୋଗୀଙ୍କୁ ଚିହ୍ନଟ କରାଯାଇଥିବା ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି। ଏହି ୪ଜଣଙ୍କ ମଧ୍ୟରୁ ୩ଜଣ ବିଦେଶରୁ ଫେରିଥିବା ବେଳେ ଜଣେ କରୋନା ରୋଗୀଙ୍କ ସଂଶ୍ପର୍ଷରେ ଆସି କରୋନା ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣା ପଡ଼ିଛି।