Sat. May 24th, 2025

ଭାରତରେ ବେଆଇନ ଭାବରେ ରହୁଥିବା ବାଂଲାଦେଶୀଙ୍କୁ ଫେରାଇ ନେବ ବାଂଲାଦେଶ

By amfnews Dec 16, 2019 #Featured
174 Views

ଢାକା: ଭାରତରେ ରହୁଥିବା ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ସ୍ୱଦେଶ ଫେରାଇ ନେବା ପାଇଁ ଇଚ୍ଛା ପ୍ରକାଶ କରିଛି ବାଂଲାଦେଶ ସରକାର। ଏଥିପାଇଁ ବାଂଲାଦେଶ ସରକାର ଭାରତ ସରକାରଙ୍କୁ ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲିକା ମାଗିଛନ୍ତି। ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ ଏହା କହିଛନ୍ତି। ଯଦି ଭାରତ ସରକାର ବାଂଲାଦେଶ ଅନୁପ୍ରବେଶକାରୀଙ୍କ ତାଲିକା ଦେବେ ତାହେଲେ ସେମାନଙ୍କୁ ବାଂଲାଦେଶ ଫେରାଇନେବା ପାଇଁ ବାଂଲାଦେଶ ସରକାର ଅନୁମତି ଦେବ ବୋଲି ସେ କହିଛନ୍ତି।

ଏନଆରସି ଭାରତର ଅନ୍ତରୀଣ ପ୍ରସଙ୍ଗ। ଭାରତ-ବାଂଲାଦେଶ ମଧ୍ୟରେ ସମ୍ପର୍କ ଭଲ ରହିଛି। ତେଣୁ ଏହାର ପ୍ରଭାବ ବାଂଲାଦେଶ ଉପରେ ପଡ଼ିବ ନାହିଁ ବୋଲି ଭାରତ ବାଂଲାଦେଶକୁ ଆଶ୍ୱସନା ଦେଇଛି ବୋଲି ସେ କହିଛନ୍ତି। ତେବେ କିଛି ଭାରତୀୟ ରୋଜଗାର ଆଶାରେ ବାଂଲାଦେଶରେ ଅନୁପ୍ରବେଶ କରୁଥିବା ଅଭିଯୋଗ ରହିଛି। ଯଦି ସେମିତି କେହି ଧରାପଡ଼ନ୍ତି ତାହେଲେ ସେମାନଙ୍କୁ ଭାରତ ପଠାଇ ଦିଆଯିବ ବୋଲି ସେ କହିଛନ୍ତି।

ସୂଚନାଯୋଗ୍ୟ, ଦେଶରେ ନାଗରିକତା ସଂଶୋଧନ ବିଧେୟକ ସଂସଦରେ ଗୃହୀତ ହେବା ପରେ ଏହାକୁ ନେଇ ଉତ୍ତର ପୂର୍ବ, ଦିଲ୍ଲୀ ଏବଂ ପଶ୍ଚିମବଂଗରେ ପ୍ରବଳ ବିରୋଧ ଦେଖାଦେଇଛି। ଏହି ସମୟରେ ଭାରତ ଗସ୍ତରେ ଆସିବାର ଥିଲା ବାଂଲାଦେଶର ବୈଦେଶିକ ମନ୍ତ୍ରୀ ଏ.କେ ଅବଦୁଲ ମୋମେନ୍। କାର୍ଯ୍ୟବସ୍ତ ଯୋଗୁ ସେ ଭାରତ ଗସ୍ତ ବାତିଲ୍ କରିଥିଲେ ବୋଲି କହିଥିଲେ।

ଗୃହରେ ବିଧେୟକ ଆଗତ ବେଳେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ କହିଥିଲେ ବାଂଲାଦେଶରେ ଅଳ୍ପ ସଂଖ୍ୟକ ଭାବରେ ଥିବା ହିନ୍ଦୁଙ୍କ ସଂଖ୍ୟା ହ୍ରାସ ପାଉଛି। ସେଠାରେ ସେମାନେ ଅତ୍ୟାଚାରର ଶିକାର ହେଉଛନ୍ତି। ଶାହଙ୍କର ଏହି ମନ୍ତବ୍ୟକୁ କିନ୍ତୁ ଖାରଜ କରିଥିଲେ ବାଂଲାଦେଶ ମନ୍ତ୍ରୀ।

By amfnews

Related Post