Thu. Dec 26th, 2024

ଭାରତରେ ଡରାଉଛି କରୋନା ଭାଇରସ, ବିଗତ ୭ ଦିନରେ ୪.୫ ଲକ୍ଷ ଆକ୍ରାନ୍ତ ଚିହ୍ନଟ

By amfnews Aug 24, 2020 #Featured
146 Views

ନୂଆଦିଲ୍ଲୀ, ଅଗଷ୍ଟ ୨୪ : ଦେଶରେ କରୋନା ଭାଇରସ ସଂକ୍ରମଣ ଦ୍ରୁତ ଗତିରେ ବ୍ୟାପିଚାଲିଛି । ବିଗତ ୭ ଦିନରେ କରୋନା ଭାଇରସ ସଂକ୍ରମିତ ଲୋକଙ୍କର ସଂଖ୍ୟା ବଢ଼ିଛି । ଏହି ସମୟ ମଧ୍ୟରେ ୬୬୬୬ ଲୋକଙ୍କର ମୃତ୍ୟୁ ହୋଇଛି । ତଥ୍ୟ ହିସାବରେ ୭ ଦିନ ମଧ୍ୟରେ ଏହା ହେଉଛି ସର୍ବାଧିକ ମୃତ୍ୟୁ । ମାତ୍ର, ଭାରତରେ ଏହା ବିଶ୍ୱର ଅନେକ ବିକଶିତ ଦେଶ ତୁଳନାରେ କମ ।

ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ଅନୁସାରେ ରବିବାର ୬୨ ହଜାର ୪୨ ଜଣ କରୋନା ସଂକ୍ରମିତ ଚିହ୍ନଟ ହୋଇଥିଲେ । ଏଥି ସହିତ ଦେଶରେ କରୋନା ସଂକ୍ରମିତ ଲୋକଙ୍କର ସଂଖ୍ୟା ୩୧ ଲକ୍ଷ ଅତିକ୍ରମ କରିସାରିଛି । ରବିବାର କରୋନା ଯୋଗୁଁ ୮୫୬ ଜଣଙ୍କର ମୃତ୍ୟୁ ହୋଇଛି । ଅଗଷ୍ଟ ୧୧ ପରେ ପ୍ରଥମ ଥର ରବିବାର କରୋନା ସଂକ୍ରମଣରେ ମୃତକଙ୍କ ସଂଖ୍ୟା ୯୦୦ରୁ କମ ହୋଇଛି ।

କରୋନା ଭାଇରସର ବର୍ଦ୍ଧିତ ସଂକ୍ରମଣ ମଧ୍ୟରେ ମଧ୍ୟ ବଡ଼ ଖବର ଆସିଛି ଯେ, ଦେଶରେ ଏପର୍ଯ୍ୟନ୍ତ ୭୫ ପ୍ରତିଶତ ଆକ୍ରାନ୍ତ ସୁସ୍ଥ ହୋଇସାରିଛନ୍ତି । ସ୍ୱାସ୍ଥ୍ୟ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି ଯେ, ଦେଶରେ ଏବେ ପ୍ରତିଦିନ ୫୦ ହଜାରରୁ ଅଧିକ ସଂକ୍ରମିତ ସୁସ୍ଥ ହୋଇ ଘରକୁ ଯାଉଛନ୍ତି । ରବିବାର ୫୬ ହଜାର ୮୬୩ ଜଣ ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

By amfnews

Related Post