Sat. Mar 7th, 2026

ଭାରତରେ କେବେ ଚାଇନିଜ୍‌ ଖାଦ୍ୟର ପ୍ରଚଳନ ଆରମ୍ଭ ହେଲା ? ଜାଣିଛନ୍ତି , କେଉଁ ରେଷ୍ଟୁରାଣ୍ଟ୍‌’ରେ ପ୍ରଥମେ ଏହା ପରିବେଷିତ ହୋଇଥିଲା?

189 Views

ଆଜକୁ ପ୍ରାୟ ୮୫ ବର୍ଷ ପୂର୍ବେ ଦୁନିଆର ଏକ ନୂତନ ଖାଦ୍ୟ ଆମ ଭାରତୀୟଙ୍କ ଖାଦ୍ୟ ତାଲିକାରେ ସାମିଲ୍‌ ହୋଇଥିଲା। ଏହି ଖାଦ୍ୟ ପ୍ରଥମଥର ପାଇଁ କୋଲକାତାର‘ଇଣ୍ଡୋ ଚିନି ରେଷ୍ଟୁରାଣ୍ଟ୍‌’ରେ ପରିବେଷିତ ହୋଇଥିଲା। ତେବେ ଏହି ସ୍ୱାଦିଷ୍ଟ ଓ ମସଲାଦାର ବ୍ୟଞ୍ଜନର ସ୍ୱାଦ ଏପରି ଥିଲା କି ଏହାର ସ୍ୱାଦ ଭାରତୀୟଙ୍କ ମୁହଁରେ ବାଜିଲା ପରେ ଏହା ସେମାନଙ୍କୁ ଖୁବ୍‌ ପସନ୍ଦ ଆସିଲା। ଏହାଫଳରେ ଉକ୍ତ ରେଷ୍ଟୁରାଣ୍ଟ୍‍ ବି ଲୋକଙ୍କର ସବୁଠାରୁ ଅଧିକ ପସନ୍ଦର ରେଷ୍ଟୁରାଣ୍ଟ୍‌ ବନିଗଲା।

ଏବେ ଆପଣମାନେ ଏହି ନୂତନ ବ୍ୟଞ୍ଜନର ବିଷୟରେ ନିଶ୍ଚିତ ରୂପେ ଜାଣିବାକୁ ଚାହୁଁଥିବେ? ହଁ ଏହି ବ୍ୟଞ୍ଜନର ‘ଅଗଷ୍ଟର ମୁନ୍‌ ରୋଲ୍‌ ’ଏବଂ ଫିଏରି ଡ୍ରଗନ୍‌ ଚିକେନ୍‌ ନାମରେ ଖୁବ୍‌ ପରିଚିତ। ତେବେ ଏହା ଥିଲା ବିଦେଶୀ ବ୍ୟଞ୍ଜନର ବଡ଼ ଉପଲବ୍ଧି,ଯାହାକି ଭାରତୀୟ ମସଲା ଓ ଚାଇନିଜ୍‌ ପାକ କଳାରେ ପ୍ରସ୍ତୁତ।

ତେବେ ଏହି ନୂତନ ବ୍ୟଞ୍ଜନର ଲୋକପ୍ରିୟତାକୁ ଆଖି ଆଗରେ ରଖି ପରେ ଏହାକୁ ପ୍ରତ୍ୟେକ ସହରର ଛୋଟ ,ବଡ଼ ରେଷ୍ଟୁରାଣ୍ଟ , ରାସ୍ତାକଡର ଠେଲାଗାଡ଼ିର ମାଲିକ ଓ ମୋବାଇଲ୍‌ ଚାଓମିନ୍‌ ଭ୍ୟାନ ଦ୍ୱାରା ବି ଲୋକଙ୍କ ପାଇଁ ପରାଷାଗଲା।

By amfnews

Related Post