Mon. Nov 25th, 2024

ଭାରତରେ କରୋନାଭାଇରସ୍: ୪୦୬୭ ଆକ୍ରାନ୍ତ, ୨୯୧ ସୁସ୍ଥ ଓ ୧୦୯ ମୃତ

By amfnews Apr 6, 2020 #Featured
80 Views

ନୂଆଦିଲ୍ଲୀ : ଏପ୍ରିଲ୍ ୬ ତାରିଖ ସକାଳ ୯ଟା ସୁଦ୍ଧା ସମଗ୍ର ଦେଶରେ ୪୦୬୭ ଜଣ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ହୋଇଥିବା କଥା କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରାଳୟ ତରଫରୁ ସୂଚନା ଦିଆଯାଇଛି । ଆକ୍ରାନ୍ତଙ୍କ ମଧ୍ୟରୁ ୨୯୧ ଜଣ ସୁସ୍ଥ ହୋଇଛନ୍ତି ଏବଂ ସେମାନଙ୍କ ମଧ୍ୟରୁ ଜଣେ ଦେଶାନ୍ତର ଯାତ୍ରା କରିଛନ୍ତି । ବାକି ୧୦୯ ଜଣ ଆକ୍ରାନ୍ତ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଛି ।

ମୃତବ୍ୟକ୍ତିମାନଙ୍କ ମଧ୍ୟରେ ଅଛନ୍ତି ଆନ୍ଧ୍ରପ୍ରଦେଶରେ ୩ ଜଣ, ବିହାରରେ ୧ଜଣ, ଦିଲ୍ଲୀରେ ୭ ଜଣ, ଗୁଜରାଟରେ ୧୧ ଜଣ, ହରିୟାଣାରେ ୧ ଜଣ, ହିମାଚଳ ପ୍ରଦେଶରେ ୧ଜଣ, ଜମ୍ମୁ ଓ କଶ୍ମୀରରେ ୨ ଜଣ, କର୍ଣ୍ଣାଟକରେ ୪ ଜଣ, କେରଳରେ ୨ଜଣ, ମଧ୍ୟପ୍ରଦେଶରେ ୯ ଜଣ, ମହାରାଷ୍ଟ୍ରରେ ୪୫ ଜଣ, ପଞ୍ଜାବରେ ୬ ଜଣ, ତାମିଲନାଡୁରେ ୫ ଜଣ, ତେଲେଙ୍ଗାନାରେ ୭ ଜଣ, ଉତ୍ତରପ୍ରଦେଶରେ ୨ଜଣ ଏବଂ ପଶ୍ଚମବଙ୍ଗରେ ୩ ଜଣ ।

ଏହାଛଡ଼ା ଭାତରରେ ଅଧିକ କରୋନାଭାଇରସ୍ ସଂକ୍ରମଣ ହୋଇଥିବା ୯ଟି ଅଞ୍ଚଳକୁ ସରକାର ହଟସ୍ପଟ୍ ଭାବେ ଘୋଷଣା କରିଛନ୍ତି । ସେଗୁଡ଼ିକ ହେଉଛି ଲଦାଖ, ପଞ୍ଜାବର ସହିଦ ଭଗତ ସିଂହ ନଗର, ଦିଲ୍ଲୀର ଦିଲସାଦ ଗାର୍ଡେନ୍ ଓ ନିଜାମୁଦ୍ଦିନ, ରାଜସ୍ଥାନର ଭିଲୱାରା, ମହାରାଷ୍ଟ୍ରର ପୁଣେ ଓ ମୁମ୍ବାଇ, କେରଳର କସାରଗଡ଼ ଓ ପତନମତିଟଟ ।

ସ୍ୱାସ୍ଥ୍ୟାମନ୍ତ୍ରାଳୟରୁ ପ୍ରାପ୍ତ ତଥ୍ୟ ଅନୁସାରେ ଆକ୍ରାନ୍ତଙ୍କ ସଂଖ୍ୟା: ଆନ୍ଧ୍ରପ୍ରଦେଶ (୨୨୬), ଆଣ୍ଡାମାନ ଓ ନିକୋବର ଦ୍ୱୀପପୁଞ୍ଜ (୧୦), ଅରୁଣାଚଳ ପ୍ରଦେଶ (୧), ଆସାମ (୨୬), ବିହାର (୩୦), ଚଣ୍ଡିଗଡ଼ (୧୮), ଛତିଶଗଡ଼ (୯), ଦିଲ୍ଲୀ (୫୦୩), ଗୋଆ (୭), ଗୁଜରାଟ (୧୨୨), ହରିୟାଣା (୮୪), ହିମାଚଳ ପ୍ରଦେଶ (୧୩), ଜମ୍ମୁ ଓ କଶ୍ମୀର (୧୦୬), ଝାଡ଼ଖଣ୍ଡ (୩) କର୍ଣ୍ଣାଟକ (୧୫୧), କେରଳ (୩୧୪), ଲଦାଖ (୧୪), ମଧ୍ୟପ୍ରଦେଶ (୧୬୫), ମହାରାଷ୍ଟ୍ର (୬୯୦), ମଣିପୁର (୨), ମିଜୋରାମ (୧), ଓଡ଼ିଶା (୨୧), ପୁଦ୍ଦୁଚେରୀ (୫), ପଞ୍ଜାବ (୬୮), ରାଜସ୍ଥାନ (୨୫୩), ତାମିଲନାଡୁ (୫୭୧), ତେଲେଙ୍ଗାନା (୩୨୧), ଉତ୍ତରାଖଣ୍ଡ (୨୬), ଉତ୍ତରପ୍ରଦେଶ (୨୨୭) ଓ ପଶ୍ଚିମବଙ୍ଗ (୮୦) ।

By amfnews

Related Post