Mon. Dec 23rd, 2024

ଭାରତରେ ଅଛନ୍ତି ବିଶ୍ୱର ୧/୩ ଅବିକଶିତ ଶିଶୁ

By amfnews Nov 30, 2018 #Featured
237 Views

ନୂଆଦିଲ୍ଲୀ, ନଭେମ୍ବର ୩୦ : ଭାରତର ଶିଶୁଙ୍କ ସଂପର୍କରେ ଗ୍ଲୋବାଲ ନ୍ୟୁଟ୍ରିଶନ ରିପୋର୍ଟ ୨୦୧୮ରେ ବିପଦ ସଙ୍କେତ କୁହାଯାଉଛି । ଅପପୁଷ୍ଠି ଓ ଅବିକଶିତ ମାମଲାରେ ଭାରତ ଅନେକ ପଛରେ ରହିଛି ବୋଲି ରିପୋର୍ଟ ପ୍ରକାଶ ପାଇଛି । ଭାରତରେ ଅବିକଶିତ, ଅପପୁଷ୍ଟି ଓ ଅଳ୍ପବିକଶିତ ଶିଶୁ ସଂଖ୍ୟା ଅଧିକ । ବିଶ୍ୱର ଅବିକଶିତ ଶିଶୁମାନଙ୍କ ମଧ୍ୟରେ ଭାରତରେ ପ୍ରାୟ ଏକ ତୃତୀୟାଂଶ ଅଛନ୍ତି ।

ରିପୋର୍ଟ ଅନୁସାରେ ଏହି ସମୟରେ ବିଶ୍ୱରେ ୧୫୦.୬ ମିଲିୟନ ଶିଶୁ ଅବିକଶିତ ବୋଲି ଜଣାପଡ଼ିଛି । ଏଥିରେ ଭାରତର ସଂଖ୍ୟା ୪୬.୬ ମିଳିୟନ । ଅପପୁଷ୍ଟି ମାମଲାରେ ଭାରତର ସ୍ଥିତି ଆହୁରି ଉଦବେଗ ଜନକ । ଏହି ରିପୋର୍ଟ ଆହୁରି ବିପଦ ସଂକେତ ଦେଇଛି । ଭାରତ ପରେ ନାଇଜେରିଆରେ ୧୩.୯ ମିଲିୟନ, ପାକିସ୍ତାନରେ ୧୦.୮ ମିଲିୟନ ଶିଶି ଅବିକଶିତ ଅଟନ୍ତି । ଏହି ୩ଟି ଦେଶରେ ବିଶ୍ୱର ସମସ୍ତ ଅବିକଶିତ ଶିଶୁମାନଙ୍କ ପାଖାପାଖି ୫୦ ପ୍ରତିଶତ ଅଛନ୍ତି ।

ରିପୋର୍ଟରେ କୁହାଯାଇଛି ଯେ, ପୂର୍ବ ତୁଳନାରେ ଭାରତ ଅବସ୍ଥାରେ ପରିବର୍ତ୍ତନ ଆସିଛି । ନ୍ୟାସନାଲ ଫ୍ୟାମିଲି ହେଲ୍ଥ ସର୍ଭେ ଅନୁସାରେ ୨୦୦୫-୦୬ରେ ଅବିକଶିତ ଶିଶୁଙ୍କ ତୁଳନାରେ ୨୦୧୫-୧୬ରେ ପାଖାପାଖି ୧୦ ପ୍ରତିଶତ ହ୍ରାସ ପାଇଛି । ୨୦୦୫-୦୬ରେ ଏହା ୪୮ ପ୍ରତିଶତ ଥିଲା, ଯାହାକି ହ୍ରାସ ପାଇ ୩୮.୪ ପ୍ରତିଶତ ହୋଇଛି । ଭାରତର ୬୦୪ ଜିଲ୍ଲାରୁ ୨୩୯ଟି ଜିଲ୍ଲାରେ ଅବିକଶିତ ଶିଶୁ ହାର ୪୦ ପ୍ରତିଶତରୁ ଅଧିକ । କିଛି ଜିଲ୍ଲାରେ ଏହି ସଂଖ୍ୟା ୧୨.୪ ପ୍ରତିଶତ ହୋଇଥିବା ବେଳେ କିଛି ଜିଲ୍ଲାରେ ଏହା ୬୫.୧ ପ୍ରତିଶତ ଅଟେ ।

By amfnews

Related Post