ଖ୍ରୀଷ୍ଟଚର୍ଚ : ଖ୍ରୀଷ୍ଟଚର୍ଚ ଟେଷ୍ଟ୍ରେ ଭାରତକୁ ୭ ଉଇକେଟରେ ହରାଇ ଟେଷ୍ଟ ସିରିଜକୁ ୨-୦ରେ ପୋଛି ନେଇଛି ନ୍ୟୁଜିଲାଣ୍ଡ। ଦ୍ବିତୀୟ ଇନିଂସରେ ଭାରତ ୧୨୪ ରନ୍ ଅଲ ଆଉଟ୍ ହେବା ପରେ ବିଜୟ ଲାଗି ୧୩୨ ରନ୍ ଦରକାର କରୁଥିଲା ଘରୋଇ ନ୍ୟୁଜିଲାଣ୍ଡ ଦଳ। ଏହି ଲକ୍ଷ୍ୟକୁ ଅତି ସହଜରେ ହାସଲ କରି ନେଇ ଥିଲେ ନ୍ୟୁଜିଲାଣ୍ଡର ବ୍ୟାଟସମ୍ୟାନ୍। ମାତ୍ର ୩ ଉଇକେଟ୍ ହରାଇ ବିଜୟ ହାସଲ କରିଥିଲା ଘରୋଇ ଦଳ। ନ୍ୟୁଜିଲାଣ୍ଡ ପକ୍ଷରୁ ଟମ୍ ଲଥାମ୍ ୫୩ (୭୪) ଓ ଟମ୍ ବଣ୍ଡେଲ୍ ୫୫ (୧୧୩) ରନ୍ କରି ଦଳର ବିଜୟକୁ ସୁନିଶ୍ଚିତ କରିଥିଲେ। ପ୍ରଥମ ଇନିଂସରେ ଭାରତ ବ୍ୟାଟିଂ କରି ୨୪୨ ରନ୍ କରିଥିବା ବେଳେ ନ୍ୟଜିଲାଣ୍ଡ ୨୩୫ରେ ଅଲ୍ ଆଉଟ୍ ହୋଇଯାଇଥିଲା। ଏହାପରେ ମାତ୍ର ୭ ରନ୍ ଆଗୁଆ ରହିଥିବା ଭାରତୀୟ ଦଳ ଦ୍ବିତୀୟ ଇନିଂସରେ ମାତ୍ର ୧୨୪ରେ ଅଲ୍ ଆଉଟ୍ ହୋଇଯାଇଥିଲା।
ଭାରତୀୟ ବ୍ୟାଟ୍ସମ୍ୟାନ୍ ହିଁ ଦଳକୁ ପୁଣି ଥରେ ନିରାଶ କରିଛନ୍ତି। ବୋଲର ବଢ଼ିଆ ବୋଲିଂ କରି ପ୍ରଥମ ଇନିଂସରେ ନ୍ୟୁଜିଲାଣ୍ଡକୁ ମାତ୍ର ୨୩୫ ରନ୍ରେ ଅଟକାଇବା ସତ୍ତ୍ବେ ଭାରତ ପରାଜୟ ଲଭିଛି। ଅଧିନାୟକ କୋହଲିଙ୍କ ସିରିଜ୍ ବିଫଳତା ସହ ଯୁବ ତାରକା ମୟଙ୍କ ଅଗ୍ରୱାଲ, ଉପଅଧିନାୟକ ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ବର ପୂଜାରା ନିରାଶ କରିବା ପରେ ଭାରତ ଦ୍ବିତୀୟ ପାଳିରେ ମାତ୍ର ୧୨୪ ରନ୍ କରିପାରିଥିଲା।