Sat. Jan 11th, 2025

ଭାରତକୁ ଶ୍ରୀଲଙ୍କା ସହ ଭଲ ସଂପର୍କ ଆଶା, ରାଜପକ୍ଷେଙ୍କୁ ଶୁଭେଚ୍ଛା ଜଣାଇଲେ ପ୍ରଧାନମନ୍ତ୍ରୀ ମୋଦୀ

By amfnews Aug 13, 2020 #Featured
142 Views

ନୂଆଦିଲ୍ଲୀ, ଅଗଷ୍ଟ ୧୩  : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶ୍ରୀଲଙ୍କାର ରାଷ୍ଟ୍ରପତି ଗୋତାବାୟା ରାଜପକ୍ଷେ ଏବଂ ପ୍ରଧାନମନ୍ତ୍ରୀ ମହିନ୍ଦା ରାଜପକ୍ଷେଙ୍କୁ ନିର୍ବାଚନରେ ତାଙ୍କର ପାର୍ଟିର ବିପୁଳ ବିଜୟ ଲାଗି ଅଭିନନ୍ଦନ ଜଣାଇଛନ୍ତି । ଏଥି ସହିତ ସେ ଉଭୟ ଦେଶ ମଧ୍ୟରେ ଥିବା ସଂପର୍କକୁ ଆହୁରି ଶକ୍ତ କରିବାକୁ ଆଶା ଦେଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦୀ ରାଜପେକ୍ଷ ବନ୍ଧୁଙ୍କୁ ଏକ ଚିଠି ଲେଖିଛନ୍ତି, ଯେଉଁଥିରେ କହିଛନ୍ତି, ସେ ତାଙ୍କ ସହିତ କାମ କରିବାକୁ ଆଗ୍ରହୀ ।

ଚୀନ ସହିତ କ୍ରମାଗତ ଜାରି ଉତ୍ତେଜନାପୂର୍ଣ୍ଣ ସଂପର୍କ ମଧ୍ୟ ଭାରତକୁ ପଡୋଶୀ ଶ୍ରୀଲଙ୍କାର ଭଲ ସମର୍ଥନ ମିଳିବାର ଆଶା ରହିଛି । କେବଳ ସେତିକି ନୁହେଁ, ଭାରତକୁ ଲାଗୁଛି ଯେ, ଶ୍ରୀଲଙ୍କାରେ ନୂଆ ସରକାର ଆସିବା ପରେ ଚୀନ ଫେରିବାକୁ ପ୍ରସ୍ତୁତ ରହିବ । କିନ୍ତୁ ରାଜପେକ୍ଷ ବିରୋଧୀ ନେତା ଥିବା ସମୟରେ ଚୀନ ପ୍ରତି ଯେଭଳି ସହାନୁଭୂତି ପ୍ରଦର୍ଶନ କରୁଥିଲେ ବେଜିଂ ଏଠାରୁ ଫେରିବା ଆଶା କମ ଦେଖାଯାଉଥିଲା ।

ଭାରତ ଏବଂ ଶ୍ରୀଲଙ୍କା ମଧ୍ୟ ସଂପର୍କ ପୂର୍ବାପେକ୍ଷା ବହୁତ ଭଲ ଅଛି । ଏହି କାରଣରୁ ଭାରତ ପଡୋଶୀ ଦେଶ ସହିତ ଯୋଗାଯୋଗ ଉପରେ ଅଧିକ ନଜର ରଖିଛି । ସେଠାକାର ଲୋକଙ୍କ ଜୀବନ ଭଲ ରଖିବା ପାଇଁ ଗୁରୁତ୍ୱପୂର୍ଣ୍ଣ ଦିଗରେ କାମ କରୁଛି । ଭାରତୀୟ ଅଧିକାରୀଙ୍କ ଅନୁସାରେ ୬୫ ଅନୁଦାନ ସହାୟତା ପ୍ରକଳ୍ପ ପୂରା କରିବା ପରେ ଭାରତ ଆହୁରି ୨୦ଟି ପ୍ରକଳ୍ପ ଉପରେ କାମ କରିବାକୁ ଅଗ୍ରସର ଅଛି ।

By amfnews

Related Post