125 Views
ୱାଶିଂଟନ, ସେପ୍ଟେମ୍ବର ୦୩ : ଆମେରିକୀୟ ବିଦେଶ ମନ୍ତ୍ରୀ ମାଇକ ପୋମ୍ପିଓ ଚୀନ ଉପରେ ପ୍ରହାର ଦେଇଛି । ପୋମ୍ପିଓ କହିଛନ୍ତି ଯେ, ଭାରତ, ଅଷ୍ଟ୍ରେଲିଆ, ଜାପାନ ଓ ଦକ୍ଷିଣ କୋରିଆ ବେଜିଂକୁ ଏଡେଇ ଆମେରିକା ସହିତ ହାତ ମିଳାଇବାକୁ ଚାହୁଁଛନ୍ତି । ସେ କହିଛନ୍ତି, ସମଗ୍ର ବିଶ୍ୱ ଚୀନର ଅନୁଚିତ ପ୍ରଥା ଓ ଆକ୍ରାମକତା ବିରୋଧରେ ଛିଡ଼ା ହୋଇଛନ୍ତି ।
ଫକ୍ସ ନ୍ୟୁଜକୁ ସାକ୍ଷାତକାରରେ ପୋମ୍ପିଓ କହିଛନ୍ତି, ମୋ ମତରେ ପୁରା ବିଶ୍ୱକୁ ବୁଝିବାର ଅଛି ଯେ, ଚୀନ କମ୍ୟୁନିଷ୍ଟ ପାର୍ଟି ଠାରୁ ନିଷ୍ପକ୍ଷ ଏବଂ ପାରଦର୍ଶିତା ଆଶା କରାଯାଇ ନପାରେ । ଏଥିପାଇଁ ସମସ୍ତେ ବେଜିଂ ବିରୋଧରେ ଏକତ୍ର ହୋଇଛନ୍ତି ।
ଏକ ପ୍ରଶ୍ନରେ ପୋମ୍ପିଓ ଉତ୍ତର ଦେଇଛନ୍ତି ଯେ, ଭାରତ, ଜାପାନ, ଅଷ୍ଟ୍ରେଲିଆ ଓ ଦକ୍ଷିଣ କୋରିଆରେ ଆମର ଯେଉଁ ବନ୍ଧୁମାନେ ଅଛନ୍ତି, ସମସ୍ତେ ନିଜ ଦେଶ ପାଇଁ ହେଉଥିବା ବିପଦ ସଂପର୍କରେ ଅବଗତ ଅଛନ୍ତି । ସମସ୍ତେ ବେଜିଂ ବିରୋଧରେ ଛିଡ଼ା ହେବାକୁ ପ୍ରସ୍ତୁତ ଅଛନ୍ତି ।