230 Views
ନୂଆଦିଲ୍ଲୀ: ଭାଇଙ୍କ ଗଡ ବଂଚାଇବା ପାଇଁ ଆଜି ଆମେଥିରେ ପହଞ୍ଚିଛନ୍ତି ପ୍ରିୟଙ୍କା ଗାନ୍ଧି ଭଦ୍ରା । ମାର୍ଚ୍ଚ ୨୭ ଓ ୨୮ ଦୁଇ ଦିନ ଧରି ପ୍ରଚାର କରିବେ ପ୍ରିୟଙ୍କା । ଏହି ଅବସରରେ ଜନସଭାକୁ ସମ୍ବୋଧିତ କରିବା ସହ କର୍ମୀ ଓ ନେତାଙ୍କ ସହ ପ୍ରିୟଙ୍କା ଆଲୋଚନା କରିଛନ୍ତି। ଏଥର ରାହୁଲଙ୍କ ପାଇଁ ଆମେଥିରେ ଡବଲ ଚ୍ୟାଲେଞ୍ଜ ରହିଥିବାରୁ ଏହାକୁ ଗୁରୁତ୍ୱର ସହ ନେଇଛି କଂଗ୍ରେସ । ରାହୁଲଙ୍କୁ କେନ୍ଦ୍ରମନ୍ତ୍ରୀ ସ୍ମୃତି ଇରାନି କଡା ଟକ୍କର ଦେବାକୁ ରଣନୀତି ପ୍ରସ୍ତୁତ କରିଥିବାବେଳେ କଂଗ୍ରେସର ଜଣେ ଟାଣୁଆ ନେତାଙ୍କ ପୁଅ ରାହୁଲଙ୍କ ବିରୋଧରେ ନିର୍ବାଚନ ଲଢ଼ୁଥିବାରୁ ଏହା ଚିନ୍ତାକୁ ଦ୍ୱିଗୁଣିତ କରିଛି ।