Fri. Mar 6th, 2026

ଭାଇ-ଭଉଣୀ ଗିରଫ; ବେଆଇନ କାର୍ଯ୍ୟରେ ଲିପ୍ତ ଥିଲେ

185 Views

ଭୁବନେଶ୍ୱର : ଗଞ୍ଜେଇ ଚାଲାଣ ଅଭିଯୋଗରେ ଖଣ୍ଡଗିରି ପୁଲିସ୍‌ ଜଣେ ଯୁବକ ଓ ଜଣେ ଯୁବତୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେମାନେ ସମ୍ପର୍କରେ ଭାଇ-ଭଉଣୀ।

ସୂଚନା ଅନୁଯାୟୀ, ଫୁଲବାଣୀରୁ ୫୨ କେଜି ଗଞ୍ଜେଇ ଏକ ଗାଡ଼ିରେ ଆଣି ଭୁବନେଶ୍ୱରରେ ହ୍ୟାଣ୍ଡଓଭର କରିବାକୁ ଯୋଜନା କରୁଥିବାବେଳେ ଭାଇଭଉଣୀ ଗ୍ୟାଙ୍ଗକୁ ପୁଲିସ୍‌ ଧରିଥିଲା।

ଦୀର୍ଘ ଦିନ ଧରି ଏମାନେ ଏଭଳି ଚୋରା ଗଞ୍ଜେଇ କାରବାର କରି ଆସୁଥିଲେ। ପୁଲିସ୍‌ ଗଞ୍ଜେଇ ସହ ଗାଡ଼ିକୁ ମଧ୍ୟ ଜବତ କରିଛି। ତେବେ ଜବତ ହୋଇଥିବା ଗାଡ଼ିଟି ଚୋରା ଗାଡ଼ି ବୋଲି ଜଣାପଡ଼ିଛି।

By amfnews

Related Post