193 Views
ନୂଆଦିଲ୍ଲୀ : ବହୁଜନ ସମାଜ ପାର୍ଟିର ମୁଖ୍ୟ ମାୟାବତୀ ଆଜି ବିଜେପି ଉପରେ ବର୍ଷିଛନ୍ତି | ନିଜ ଭାଇ ତଥା ବିଏସପି(ବହୁଜନ ସମାଜ ପାର୍ଟି)ର ଉପାଧ୍ୟକ୍ଷ ଆନନ୍ଦ କୁମାରଙ୍କ ଉପରେ ଆୟକର ବିଭାଗର ଚଢ଼ାଉ ପରେ ମାୟାବତୀ ଆଜି ସାମ୍ବାଦିକ ସମ୍ମିଳନୀ କରିଥିଲେ | ଗୁରୁବାର ରାତିରେ ଆୟକର ବିଭାଗ ତାଙ୍କ ଭାଇଙ୍କ ଘରେ ଚଢ଼ାଉ କରି ୪୦୦ କୋଟି ଟଙ୍କାର ସମ୍ପତ୍ତି ଜବତ କରିଥିଲା | ମାୟାବତୀ କହିଛନ୍ତି ଯେ ବିଜେପି ତାଙ୍କ ଭାଇଙ୍କ ବିରୋଧରେ ଷଡଯନ୍ତ୍ର କରିଛି |
ସେହିପରି ଅନ୍ୟ ଉପରେ ଚଢ଼ାଉ କରିବା ପୂର୍ବରୁ ନିଜ ଦଳର ନେତାଙ୍କ ସମ୍ପତ୍ତି ଉପରେ ଥରେ ଯାଞ୍ଚ କରାଯାଉ ବୋଲି ମାୟା ବିଜେପିକୁ କହିଛନ୍ତି | ନିର୍ବାଚନ ମଇଦାନକୁ ଆସିବା ପୂର୍ବରୁ କେତେ ସମ୍ପତ୍ତି ଥିଲା ଓ ପରେ ତାହା କେତେ ହୋଇଛି ତାହାକୁ ତର୍ଜମା କରିବାକୁ ମାୟା ଯୁକ୍ତି ବାଢ଼ିଛନ୍ତି |