Sat. Nov 23rd, 2024

ଭସାଣୀ ବେଳେ ଦୁଇଗୋଷ୍ଠୀ ମୁହାଁମୁହିଁ, ପୁଲିସ ମାଡରେ ୬ ଆହତ ଅଭିଯୋଗ ନେଇ ଏସ୍ପିଙ୍କ ନିକଟରେ ଥାନା ଅଧିକାରୀଙ୍କ ବଦଳି ଦାବିକଲେ ବସ୍ତିବାସୀ

By amfnews Nov 1, 2018 #Featured
101 Views

ରାଉରକେଲା, ୩୧ା୧୦  : ଗଜଲକ୍ଷ୍ମୀ ପୂଜା ମେଢ ଭସାଣୀକୁ ନେଇ ଦୁଇଗୋଷ୍ଠୀ ମଧ୍ୟରେ ଗଣ୍ଡଗୋଳ ପରେ ମାରପିଟ ହୋଇଥିଲା । ଘଟଣାସ୍ଥଳରେ ଉତ୍ତେଜନା ଦେଖା ଦେଇଥିବାରୁ ପରିସ୍ଥିତିକୁ ନିୟନ୍ତ୍ରଣ କରିବାକୁ ଯାଇଥିବା ପୁଲିସ୍ ଏବଂ ଲୋକଙ୍କ ମଧ୍ୟରେ ଧସ୍ତାଧସ୍ତି ହେବା ସହ ପୁଲିସ୍ ୬ ଜଣ ଯୁବକଙ୍କୁ ମାଡ ମାରିଥିବା ଅଭିଯୋଗ ଆଣିଛନ୍ତି ବସ୍ତିବାସୀ । ଏହାକୁ ନେଇ ଆଜି ବସ୍ତିବାସୀ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ରଘୁନାଥପାଲୀ ଆଇଆଇସିଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଦାବି କରି ବିକ୍ଷୋଭ ପ୍ରଦର୍ଶନ କରିଥିଲେ ।

ସୂଚନା ମୁତାବକ ଗତକାଲି ରାତି ପ୍ରାୟ ୧୦.୩୦ ମିନିଟ୍ରେ ରାଉରକେଲା ବାଲୁଘାଟ ବ୍ରାହ୍ମଣୀ ପୀଠରେ ଗଜଲକ୍ଷ୍ମୀ ଢେ ଭସାଣୀ ବେଳେ କୌଣସି କାରଣରୁ ଦୁଇଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିଲା । ଅନୁରୂପ ଭାବେ ସେଠାରେ ଏସ୍ଟିଆଇ ଏବଂ ଲେବର ଟେନାମେଣ୍ଟର ମେଢ ମଧ୍ୟ ଭସାଣୀ ହେଉଥିଲା । ଠିକ୍ ସେହି ସମୟରେ ହଠାତ୍ ଏସ୍ଟିଆଇ ଓ ଲେବର ଟେନାମେଣ୍ଟର ଦୁଇଗୋଷ୍ଠୀ ମଧ୍ୟରେ ଆରମ୍ଭ ହୋଇଥିଲା ମାର୍ପିଟ୍ । ଏସ୍ଟିଆଇ ବସ୍ତିବାସୀଙ୍କ କହିବା ମୁତାବକ ଭସାଣୀ ବେଳେ ଲେବର ଟେନାମେଣ୍ଟର କିଛି ଅସାମାଜିକ ପିଲା ମଦ୍ୟପାନ କରି ଏସ୍ଟିଆଇର ଯୁବତୀମାନଙ୍କୁ ଦୁର୍ବ୍ୟବହାର କରୁଥିବା ବେଳେ ଏହାକୁ ଏସ୍ଟିଆଇର ଯୁବକ ବିରୋଧ କରିବାରୁ ଦୁଇଗୋଷ୍ଠୀ ମଧ୍ୟରେ ମାର୍ପିଟ୍ ହୋଇଥିଲା ।

ମାର୍ପିଟ ହେଉଥିବା ଦେଖି ଘଟଣାସ୍ଥଳରେ ଉପସ୍ଥିତ ଥିବା ପୋଲିସ ଦୁଇଗୋଷ୍ଠୀକୁ ବୁଝାସୁଝା କରି ଘଟଣାର ସମାଧାନ କରିବାକୁ ଚେଷ୍ଟା କରିଥିଲା । କିନ୍ତୁ ପୁଲିସ୍ ବୁଝାବୁଝି କରିବା ପରିବର୍ତ୍ତେ ଏକ ତରଫା ଭାବରେ ଏସ୍ଟିଆଇର ପିଲାମାନଙ୍କୁ ମାଡ ମାରି ଲହୁଲୁହାଣ କରିଥିବା ଅଭିଯୋଗ ଆଣିଛନ୍ତି ଏସ୍ଟିଆଇ ବାସିନ୍ଦା । ପୁଲିସ୍ ମାଡରେ ଆହତ ହୋଇଥିବା ଯବକଙ୍କୁ ରାତିରେ ତୁରନ୍ତ ରାଉରକେଲା ସରକାରୀ ଡାକ୍ତରଖାନାକୁ ଚିକିତ୍ସା ପାଇଁ ଅଣାଯାଇଥିଲା । କିଛି ସମୟ ପରେ ବସ୍ତିର କିଛି ମହିଳା ଓ ପୁରୁଷ ଆସି ଡାକ୍ତରଖାନାରେ ପହଞ୍ôଚବା ଫଳରେ ସେଠାରେ ଉପସ୍ଥିତ ପୁଲିସ୍ କର୍ମଚାରୀଙ୍କୁ ବିରୋଧ କରିବାରୁ ଡାକ୍ତରଖାନାରେ ଉତ୍ତେଜନା ଦେଖା ଦେଇଥିଲା ।

ବସ୍ତିବାସୀ ପୁଲିସ୍ ମୁହାଁମୁହିଁ ହେବାରୁ ପରିସ୍ଥିତି ଅଣାୟତ୍ତ ହେବାରୁ ପୁଲିସ୍ ମୃଦୁ ଲାଠିଚାଳନା କରିଥିବା ଜଣାପଡିଛି । ଏହାଛଡା ଘଟଣାସ୍ଥଳରେ ଉପସ୍ଥିତ ମହିଳାମାନଙ୍କୁ ପୁରୁଷ ପୁଲିସ୍ କର୍ମଚାରୀମାନେ ଟଣାଓଟରା କରି ଘଉଡାଇ ଥିବା ଅଭିଯୋଗ ଆଣିଛନ୍ତି ବସ୍ତିବାସୀ । ଏହାକୁ ବିରୋଧ କରି ପୁଲିସ୍ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରି ଆଜି ବସ୍ତିବାସୀ ଏସ୍ପିଙ୍କ ଦ୍ୱାରସ୍ଥ ହୋଇଛନ୍ତି । ଅଭିଯୋଗକୁ ଭିତ୍ତି କରି ରାଉରକେଲା ଏସ୍ପି ଏହି ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ କରୁଥିବା କହିଛନ୍ତି ।

By amfnews

Related Post