Sat. Mar 7th, 2026

ଭଲ ସମୟ ଆସିବାପରେ ଏହି ନିଷ୍ପତ୍ତି ନେଇଛନ୍ତି କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା !

261 Views

ବେଙ୍ଗାଲୁରୁ: କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବି ଏସ ୟେଦୁରପ୍ପା ବେଶ କିଛି ଦିନ ହେବ ଶପଥ ଗ୍ରହଣ କରି କ୍ଷମତାକୁ ଫେରିବାପରେ ବି ମୁଖ୍ୟମନ୍ତ୍ରୀଙ୍କ ସରକାରୀ ବାସଭବନରେ ରହୁନାହାନ୍ତି। କିନ୍ତୁ ଏବେ ଯାହା ଖବର ମିଳିଛି ସେଥିରୁ ଜଣାଯାଇଛି ଯେ ସେ ଖୁବ ଶୀଘ୍ର ମୁଖ୍ୟମନ୍ତ୍ରୀଙ୍କ ପାଇଁ ଉଦ୍ଦିଷ୍ଟ ସରକାରୀ ବାସଭବନରେ ରହିବେ। କୁହାଯାଉଛି ଯେ ସେ ଜ୍ୟୋତିଷଙ୍କ ପରାମର୍ଶରେ ଏଭଳି କରିଛନ୍ତି। ଭଲ ସମୟ ଆସିବାପରେ କର୍ଣ୍ଣାଟକର ମୁଖ୍ୟମନ୍ତ୍ରୀ ବିଏସ ୟେଦୁରପ୍ପା ଏହି ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଏହି ବାସଭବନରେ ପୂର୍ବରୁ ଅନେକ ମୁଖ୍ୟମନ୍ତ୍ରୀ ରହିଥିଲାବେଳେ ଏବେ ସେଠାରେ ଅବସ୍ଥାନ କରୁଛନ୍ତି କଂଗ୍ରେସର ବରିଷ୍ଠ ନେତା ସିଦ୍ଧରମୈୟା । ସେ ୨୦୧୩ରୁ ୨୦୧୮ ଯାଏଁ ମୁଖ୍ୟମନ୍ତ୍ରୀ ପଦରେ ଥିଲେ।

ସୂଚନା ଅନୁସାରେ ଆସନ୍ତା ୨୦ଦିନ ମଧ୍ୟରେ ସିଦ୍ଧରମୈୟା ଉକ୍ତ ସରକାରୀ ବାସଭବନକୁ ଖାଲି କରିବେ ଏବଂ ଏହାପରେ ଏହି ଘରେ ରହିବେ ୟେଦୁରପ୍ପା। ତେବେ କଂଗ୍ରେସ ଓ ଜେଡିଏସ ମେଣ୍ଟ ସରକାରରେ ମୁଖ୍ୟମନ୍ତ୍ରୀ ରହିଥିବା ଏଚଡି କୁମାରସ୍ବାମୀ ଏହି ବାସଭବନରେ ରହୁନଥିଲେ। ସେ ଏକ ହୋଟେଲରେ ରହୁଥିଲେ।

By amfnews

Related Post