72 Views
ଅନୁଗୋଳ : ତାଳଚେର ଏମ୍ସିଏଲ୍ର ଭରତପୁର କୋଇଲା ଖଣିରେ ଗତକାଲି ବିଳମ୍ବିତ ରାତିରେ ବ୍ଲାଷ୍ଟିଂ ହେଉଥିବା ବେଳେ ମାଟି ଧସି ଯାଇଛି।ଉକ୍ତ ସମୟରେ ସେଠାରେ କାର୍ଯ୍ୟରତ ପ୍ରାୟ ୫୦ ଶ୍ରମିକଙ୍କ ମଧ୍ୟରୁ ୧୪ ଜଣ ମାଟି ତଳେ ଫସି ଯାଇଥିଲେ। ସେମାନଙ୍କ ମଧ୍ୟରୁ ୧୦ ଜଣଙ୍କୁ ଉଦ୍ଧାର କରାଯାଇଥିବା ବେଳେ ଆହୁରି ୪ ଜଣ ଫସି ରହିଥିବା ଆଶଙ୍କା କରାଯାଉଛି। ଆହତମାନଙ୍କୁ ସେଣ୍ଟ୍ରାଲ ମେଡିକାଲରେ ଭର୍ତ୍ତି କରାଯାଇଛି। ଚାପି ହୋଇଥିବା ଶ୍ରମିକଙ୍କୁ ଉଦ୍ଧାର କରିବା ପାଇଁ ଉଦ୍ୟମ ଜାରି ରହିଛି।
ସେହି ସମୟରେ ୪୦ରୁ ୫୦ ଜଣ ଶ୍ରମିକ ଖଣି ଭିତରେ କାର୍ଯ୍ୟ କରୁଥିଲେ। ଅନ୍ୟ ଶ୍ରମିକମାନେ ସୁରକ୍ଷିତ ଅବସ୍ଥାରେ ସେଠାରୁ ବାହାରି ଆସିଥିବା ବେଳେ ୧୪ ଜଣ ଫସି ଯାଇଥିଲେ। ବେଆଇନ କୋଇଲା ଖନନ ବିରୋଧରେ ପ୍ରଶାସନ ପକ୍ଷରୁ କଡ଼ା କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀ ଆତଙ୍କିତ ଅବସ୍ଥାରେ ରହୁଛନ୍ତି।