Sun. Mar 8th, 2026

ଭବିଷ୍ୟତକୁ ଦ୍ରୁଷ୍ଟିରେ ରଖି ବଜେଟ୍ ପ୍ରସ୍ତୁତ ହୋଇଛି: ପ୍ରଧାନମନ୍ତ୍ରୀ

198 Views

ନୂଆଦିଲ୍ଲୀ : ଆଜି ସଂସଦରେ ଉପସ୍ଥାପିତ ହୋଇଥିବା ଦୂରଦର୍ଶୀ ବଜେଟ୍ ଦ୍ୱାରା ଆଜିର ଯୁବକ ଏବଂ ଗରିବ ଶ୍ରେଣୀର ବ୍ୟକ୍ତି ଆସନ୍ତାକାଲି ପାଇଁ ନିଜ ସୁଖ ଏବଂ ସମୃଦ୍ଧିର ସ୍ୱପ୍ନ ଦେଖିପାରିବେ। ୨୧ ଦଶକରେ ଏହି ବଜେଟ୍ ଦେଶକୁ ଆଗକୁ ନେବ, ଦେଶବାସୀ ମଜଭୁତ ହେବା ସହ ଦେଶ ମଧ୍ୟ ମଜଭୁତ ହେବ ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବଜେଟ ପରେ ନିଜ ପ୍ରତିକ୍ରିୟାରେ କହିଛନ୍ତି।

ଦେଶ ୫ ଟ୍ରିଲିଅନ ଅର୍ଥନୀତିକ କ୍ଲବରେ ସାମିଲ୍ ହେବା ପାଇଁ ଏହି ବଜେଟ୍ ସହାୟକ ହେବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଏହି ବଜେଟ୍ ଟ୍ୟାକ୍ସ ପ୍ରଣାଳୀକୁ ସରଳ କରିବା ସହିତ ପ୍ରଚଳିତ ପ୍ରଣାଳୀର ଆଧୁନିକୀକରଣ କରାଇବ ବୋଲି ପ୍ରଧାନମନ୍ତ୍ରୀ କହିଛନ୍ତି। ଆଗାମୀ ଦିନରେ ଦେଶର ମହିଳା ମାନେ ଏହି ବଜେଟ୍ ଦ୍ୱାରା ଆର୍ଥିକ ଦୃଷ୍ଟିରୁ ଆହୁରି ସଶକ୍ତ ହେବେ ବୋଲି ସେ ଆଶା ରଖିଛନ୍ତି। ଏଥିସହ କେନ୍ଦ୍ରଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ସେ ପ୍ରଶଂସା କରିଛନ୍ତି।

By amfnews

Related Post