Fri. Mar 6th, 2026

ଭଦ୍ରକ ଜିଲ୍ଲାରେ ତିନିଟି ନୂଆ କଣ୍ଟେନମେଣ୍ଟ ଜୋନ୍

240 Views

ଭଦ୍ରକ: ଭଦ୍ରକ ଜିଲ୍ଲାରେ ତିନିଟି ନୂଆ କଣ୍ଟେନମେଣ୍ଟ ଜୋନ୍ କରାଯାଇ ବିଭିନ୍ନ ଅଞ୍ଚଳକୁ ସିଲ୍ କରାଯାଇଥିବାର ଖବର ମିଳିଛି। ଆଗରୁ ୧୮ ଟି କଣ୍ଟେନମେଣ୍ଟ ଜୋନ୍ ଥିଲା। ଏବେ ଏହା ୨୧କୁ ବୃଦ୍ଧି ପାଇଛି।

ପ୍ରାପ୍ତ ସୂଚନା ଅନୁଯାୟୀ, ଭଦ୍ରକ ଜିଲ୍ଲାର ବନ୍ତ ବ୍ଲକର ଚାରିଟି ଗାଁକୁ ପ୍ରଶାସନ ସିଲ୍ କରିଛି। ଏଠାରୁ ଜଣେ କଲିକତା ଫେରନ୍ତାଙ୍କ ରକ୍ତ ନମୁନା ସଂଗ୍ରହ କରାଯାଇଥିଲା। ତାଙ୍କ ରକ୍ତ ନମୁନାରୁ କରୋନା ପଜିଟିଭ୍ ବାହାରିଛି। ସେହିପରି ବାସୁଦେବପୁର ବ୍ଲକରୁ ଆଜି ଦୁଇଜଣ କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ଚୂଡ଼ାମଣି ଓ କିସ୍ମତପୁର୍ ଅଞ୍ଚଳକୁ ପ୍ରଶାସନ ସିଲ୍ କରିଥିବା ଜଣାଯାଇଛି।

ଏଇ ୩ ଆକ୍ରାନ୍ତଙ୍କୁ କ୍ବାରେଣ୍ଟାଇନରେ ରଖାଯାଇଥିଲା। ସେଇ ୩ଜଣଙ୍କୁ ମେଡିକାଲ୍ ଟିମ୍ କଟକର ଅଶ୍ଵିନୀ ହସ୍ପିଟାଲକୁ ନେବାକୁ  ଯୋଜନା କରିଛି। ଏମାନଙ୍କ ସହ କେଉଁମାନେ ସମ୍ପର୍କରେ ଆସିଛନ୍ତି, ସେମାନଙ୍କୁ ଚିହ୍ନଟ କରାଯାଉଛି। ଏଇ ତିନି ଜୋନର ସବୁ ରାସ୍ତା ସିଲ୍ କରାଯାଇଛି। କୁପାରି- ଆଗରପଡ଼ା ରାସ୍ତା , ବାସୁଦେବପୁର- ଚୂଡ଼ାମଣି ରାସ୍ତା ଓ କିସ୍ମତପୁର୍ ରାସ୍ତା ସିଲ୍ କରାଯାଉଛି।

By amfnews

Related Post