Fri. Mar 6th, 2026

ଭଦ୍ରକ ଜିଲ୍ଲାରେ ଆଜିଠାରୁ ସବୁ ସୀମା ସିଲ୍

267 Views

ଭଦ୍ରକ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରୋନାର ମୁକାବିଲା ପାଇଁ ଭାରତରେ ୨୧ ଦିନିଆ ତାଲାବନ୍ଦ ଘୋଷଣା କରିବା ପରେ ଲୋକଙ୍କ ଭିଡ଼ କମ୍ କରିବା ଲାଗି ଯାନବାହନ ଚଳାଚଳ ଉପରେ କଟକଣା ଜାରି କରି ଭଦ୍ରକ ଜିଲ୍ଲାରେ ଆଜିଠାରୁ ସବୁ ସୀମା ସିଲ୍ କରାଯାଇଛି। ସହର ଭିତରକୁ ଓ ଜିଲ୍ଲା ଭିତରକୁ ଯେପରି ବାହାର ଲୋକ ପ୍ରବେଶ କରିବେ ନାହିଁ, ସେଥିଲାଗି ପୁଲିସ ନିୟମକୁ କଡ଼ାକଡ଼ି କରାଯାଇଛି।

ଆଜି ସକାଳ ୯ ଟା ପରେ ସହରର ମାର୍କେଟ ପୁରା ଫାଙ୍କା କରିବାକୁ ନିର୍ଦେଶ ଦିଆଯାଇଛି। କେବଳ ମେଡିକାଲ କେଶରେ ବାହାରକୁ ଆସିବାକୁ ନିର୍ଦେଶ ରହିଛି। ଗତକାଲିଠାରୁ ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କ ଉପରେ କଡ଼ା ନଜର ରଖାଯାଇଛି।

ଅପରପକ୍ଷରେ ଆଜି ଭଦ୍ରକରେ ଅନୁଷ୍ଠିତ ହେବାକୁ ଥିବା କଳସ ଶୋଭାଯାତ୍ରା ଫିକା ପଡ଼ିଛି। ରାମ ନବମୀ ଉପଲକ୍ଷେ ଆଜି ଭଦ୍ରକରେ ଶ୍ରୀରାମ ନବମୀ ମହାଯଜ୍ଞ କଳସ ଶୋଭାଯାତ୍ରା ହେବାର ଥିଲା। ଏଥିରେ ହଜାର ହଜାର ଲୋକ ଯୋଗ ଦେଇଥାନ୍ତେ। ହେଲେ କରୋନା ମୁକାବିଲା ଲାଗି ଲକଡାଉନ୍ ଘୋଷଣା କରାଯାଇଥିବା ହେତୁ ଶ୍ରୀରାମ ନବମୀ ମହାଯଜ୍ଞ କଳସ ଶୋଭାଯାତ୍ରା ସ୍ଥଗିତ ହୋଇଛି। ଏହାକୁ ନିରାଡମ୍ବର ଭାବେ ପାଳନ କରାଯାଉଛି।

By amfnews

Related Post