Sat. Mar 7th, 2026

ଭଦ୍ରକ ଜିଲ୍ଲାରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ

292 Views

ଭଦ୍ରକ  : ରାଜ୍ୟରେ ଆଉ ତିନି କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ୩ କରୋନା ପଜିଟିଭ୍ ଭଦ୍ରକ ଜିଲ୍ଲାର ବୋଲି ଜଣାପଡ଼ିଛି। ଏନେଇ ଭଦ୍ରକ ଜିଲ୍ଲା ପ୍ରଶାସନ ଟ୍ୱିଟ୍ କରି ମଧ୍ୟ ସୂଚନା ଦେଇଛି। ଏହା ସହିତ ଏବେ ଭଦ୍ରକରେ ମୋଟ କରୋନା ପଜିଟିଭ୍ ସଂଖ୍ୟା ୧୧କୁ ବୃଦ୍ଧି ପାଇଛି।

ଜିଲ୍ଲା ପ୍ରଶାସନ ପକ୍ଷରୁ କରାଯାଇଥିବା ଟ୍ୱିଟ୍‌ରେ ଲେଖାଯାଇଛି, ବାସୁଦେବପୁର ବ୍ଲକ୍‌ରୁ ଆଉ ତିନି ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଏମାନେ ସମସ୍ତେ କୋଲକାତା ଗସ୍ତ କରିଥିଲେ। ଏହା ସହିତ ବାସୁଦେବପୁରରରେ କାରୋନା ପଜିଟିଭ୍ ସଂଖ୍ୟା ୬ରେ ପହଞ୍ଚିଛି। ଆଜି ଚିହ୍ନଟ ହୋଇଥିବା ତିନି ଜଣ କରୋନା ଆକ୍ରାନ୍ତ ପୁରୁଷ। ସେମାନଙ୍କ ବୟସ ଯଥାକ୍ରମେ ୫୫, ୪୦ ଓ ୩୫ ବର୍ଷ।

ସୂଚନାଯୋଗ୍ୟ, ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୮୨ରେ ପହଞ୍ଚିଥିବା ବେଳେ ସେମାନଙ୍କ ମଧ୍ୟରୁ  ୩୦ଜଣ ସୁସ୍ଥ ହୋଇସାରିଲେଣି। ୫୧ ଜଣ ଚିକିତ୍ସିତ ହେଉଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଛି। ସେହିପରି ଗତକାଲି ଗୋଟିଏ ଦିନରେ ରାଜ୍ୟରେ ରେକର୍ଡ ସଂଖ୍ୟକ ନମୂନା ପରୀକ୍ଷା କରାଯାଇଛି। ଗୋଟିଏ ଦିନରେ ୨୦୨୭ଟି RTPCR ନମୂନା ପରୀକ୍ଷା କରାଯାଇଛି। ଏଥିରୁ RMRCରେ ୧୨୩୪ଟି, AIIMSରେ ୭୭, SCBରେ ୩୭୮, MKCGରେ ୪୧, VIMSARରେ ୩୩, ILSରେ୧୯୨, IGHରେ ୫୧ ଓ ଆପୋଲୋରେ ୨୧ଟି ନମୁନା ପରୀକ୍ଷା କରାଯାଇଥିବା ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି।

By amfnews

Related Post