Sat. Mar 7th, 2026

ଭଞ୍ଜନଗର: ବେକରେ ଫାଶି ଲଗାଇ ନବବଧୂଙ୍କ ଆତ୍ମହତ୍ୟା ଅଭିଯୋଗ

242 Views

ଭଞ୍ଜନଗର, ନଭେମ୍ବର ୨୯: ଗତକାଲି ବିଳମ୍ବିତ ରାତିରେ ଗୟ୍ଜାମ ଜିଲ୍ଲା ଭୟ୍ଜନଗର ଥାନାଅନ୍ତର୍ଗତ ପାତ୍ର କଲୋନିରେ ରହୁଥିବା ଜଷର ନବବଧୁ ନିଜ ବେକରେ ଫାଇ ଳଗାଇ ଆତ୍ମହଥଆ କରିଥିବା ତାଭ୍କ ଶାଶୁଘର ଲୋକେ ଅଭିଯୋଗ କରିଛନ୍ତି। ଫୁଲିସ ଏ ନେି ସୂଚନା ପାଇ ଘଟରାସ୍ଥଳରେ ପହ୍ୟଞ୍ଚି ମଢତଦେହ ଜବତ କରିବା ସହିତ ପଞ୍ଚନାମା କମରି ବ୍ରବଛେଦ ପାଇର୍ ପଠାଇଛି। କବର ପାଇ ମୃତ ଯୁବତୀଙ୍କ ବାପଘର ଲୋକେ ଥାନାରେ ପହଞ୍ଚିଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଗଞ୍ଜାମ ଜିଲ୍‌ଲା କୋଦଳା ଥାନା ଅନ୍ତର୍ଗତ ବେରୁଆଁବାଡ଼ି ଗ୍ରାମର ସନ୍ତୋଷ ମହାରଣାଙ୍କ ଝିଅ କାଜଲ ମହାରଣା( ୨୦ ବର୍ଷ) ଭଞ୍ଜନଗର ପାତ୍ରକଲୋନିର ସୀତାରାମ ମହରଣାଙ୍କୁ ଗତବର୍ଷ ଡିସେମ୍ବର ମାସ ୯ ତାରିଖରେ ବିବାହ କରିଥିଲେ। ତେବେ ଗତକାଲି ପାରିବାରିକ କଳହରୁ କାଜଲ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। କାଜଲ ଘର ଭିତରେ ନିଜ ବେକରେ ଫାଶି ଦେଇଥିବା ଜଣାପଡ଼ିବା ପରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାକୁ ଆଣିଥିଲେ। ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। ଖବର ପାଇ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିବା ସହିତ ସ୍ୱାମୀ ସୀତାରାମ ମହାରଣାଙ୍କୁ ପଚରାଉଚରା କରୁଛି।

By amfnews

Related Post