Sun. Mar 2nd, 2025

ଭଞ୍ଜନଗର:୧୬ଟି ପରିବାରର ୪୦ ବଖରା ସ୍ୱାହା

By amfnews Oct 26, 2018 #Featured
177 Views

ଭଞ୍ଜନଗର: ଗଞ୍ଜାମ ଜିଲ୍ଲା ସୋରଡ଼ା ଥାନା ଖଦାଳ ଗ୍ରାମରେ ଆଜି ଭୋର ଭୋରରୁ ଆକସ୍ମିକ ଅଗ୍ନିକାଣ୍ଡ ଘଟି ୧୬ଟି ପରିବାରର ୪୦ ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଛିି। ଗାଁରେ ଘର ଗୁଡ଼ିକ ପରସ୍ପରକୁ ଲାଗି ରହିଥିବାରୁ ନିଆଁକୁ ଆୟତ କରିବା ସମ୍ଭବ ହୋଇ ନ ଥିଲା । ଭଞ୍ଜନଗରରୁ ଦମକଳ ଯାଇ ନିଆଁ ଲିଭାଇଲା ବେଳକୁ ୧୬ଟି ପରିବାରର ୪୦ ବଖରା ଘର ପୋଡ଼ି ପାଉଁଶ ହୋଇ ଯାଇଥିିବା ସହିତ ଧାନ , ଚାଉଳ, ଆସବାବପତ୍ର ସହିତ ସମସ୍ତ ସମ୍ପତ୍ତି ପୋଡ଼ି ଲୋକେ ସର୍ବସ୍ୱାନ୍ତ ହୋଇଯାଇଛନ୍ତି।

ମିଳିଥିବା ସୂଚନା ଅନୁଯାୟୀ, ଆଜି ଭୋର ପ୍ରାୟ ୪ଟା ବେଳେ ହଠାତ ଖଦାଳ ସାହିରେ ଜଣେ ବ୍ୟକ୍ତଙ୍କ ରୋଷେଇ ଘରର ଚାଳରୁ ନିଆଁ ଉଠି ଏହା ସମଗ୍ର ଗାଁ କୁ ଗ୍ରାସ କରିବାକୁ ମାଡ଼ି ଯାଇଥିଲା। ନିଦରେ ଶୋଇଥିବା ଲୋକେ କିଛି ବୁଝିବା ପୂର୍ବରୁ ନିଆଁ ଗାଁର ୧୬ଟି ପରିବାର ୪୦ ବଖରା ଘରକୁ ମାଡ଼ି ଯାଇଥିଲା। ସଙ୍ଗେ ସଙ୍ଗେ ଲୋକେ ନିଜସ୍ୱ ଉଦ୍ୟମରେ କୁଅ, ପୋଖରିରୁ ପାଣି ଆଣି ନିଆଁକୁ ୍ରଆୟତ କରିବାକୁ ଚେଷ୍ଟା କରିଥିଲେ। ପରେ ସେମାନଙ୍କ ସହିତ ଦମକଳ ଗାଡ଼ି ପହଞ୍ଚି ନିଆଁକୁ ଆୟତ କରିଛି। ଖବର ପାଇ ପ୍ରଶାସନ ଗାଁରେ ପହଞ୍ଚି ଲୋକଙ୍କୁ ରିଲିଫ୍‌ ସାମଗ୍ରୀ ଦେବା ପାଇଁ ତଥ୍ୟ ସଂଗ୍ରହ ସହିତ କ୍ଷୟକ୍ଷତି ଆକଳନ କରୁଛନ୍ତି। ତେବେ ଅଗ୍ନିକାଣ୍ଡର କେମିତି ଘଟିଲା ତାହା ଜଣାପଡ଼ିି ନାହିଁ।

By amfnews

Related Post