226 Views
ନୂଆଦିଲ୍ଲୀ, ଜୁଲାଇ ୮:ଭାରତୀୟ ସୁପରସୋନିକ କ୍ରୁଜ ମିଶାଇଲ ବ୍ରହ୍ମୋସର ଏହି ମାସରେ ପରୀକ୍ଷଣ ହେବାର ସମ୍ଭାବନା ରହିଛି । ଓଡ଼ିଶାର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ଏହାର ଉତକ୍ଷେପଣ କରାଯିବାର ସମ୍ଭାବନା ରହିଛି । ତେବେ ଏହି ପରୀକ୍ଷଣ ଦ୍ୱାରା ମିସାଇଲର ଶେଷ ସମୟକୁ ୧୦ରୁ୧୫ ବର୍ଷ ପର୍ୟ୍ୟନ୍ତ ବଢାଯିବ ବୋଲି ବ୍ରହ୍ମୋସ ଏୟାରସ୍ପେସର ମୁଖ୍ୟ ସୁଧୀର କୁମାର ମିଶ୍ର କହିଛନ୍ତି ।
ଲାର୍ସନ ଓ ଟୋରବୋ ଉଦ୍ୟୋଗର ଉଦଘାଟନ କରିବାକୁ ମଧ୍ୟ ସମୟ ଦିଆଯାଇଛି । ଏହି ଉଦ୍ୟୋଗରେ କ୍ଷେପଣାସ୍ତ୍ରର ରକ୍ଷଣାବେକ୍ଷଣା, ପରିବହନ ଓ ଉତକ୍ଷେପଣରୁ କୈନିଷ୍ଟର ନିର୍ମାଣ କରାଯିବ । ବ୍ରହ୍ମୋସ ଏୟାରସ୍ପେସ ହେଉଛି ଭାରତ ରକ୍ଷା ଶୋଧ ଏବଂ ବିକାଶ ସଂଗଠନ (ଡିଆରଡିଓ) ଋଷର ଏନପିଓମର ଏକ ସଂଯୁକ୍ତ ଉପକ୍ରମ ବୋଲି ଶ୍ରୀ ମିଶ୍ର କହିଛନ୍ତି ।
ଧ୍ୱନିର ତିନି ଗୁଣା ଗତିରେ ଲକ୍ଷ ସ୍ଥଳ ପର୍ୟ୍ୟନ୍ତ ପହଁଚିବାର କ୍ଷମତା ରଖୁଥିବା ବ୍ରହ୍ମୋସ ମିସାଇଲର ଭୂଲମ୍ବ ସଂସ୍କରଣ ଶୀଘ୍ର ପ୍ରସ୍ତୁତ ହେବାକୁ ଯାଉଛି । ଏହି ସଂସ୍କରଣ ପର୍ବତୀୟ କ୍ଷେତ୍ର ଏବଂ ବିମାନ ବାହକ ପୋତ ଗୁଡ଼ିକକୁ ସାମ୍ନା କରି ପାରିବ । ଏହା ସହିତ ଏହି କ୍ଷେପଣାସ୍ତ୍ର ଯୁଦ୍ଧ ବିମାନ ଦ୍ୱାରା ଛଡାଯାଇଥିବା ହାଲୁକା ସଂସ୍କରଣର ଡିଜାଇନ ମଧ୍ୟ ପ୍ରସ୍ତୁତ ହୋଇ ସାରିଛି ।