141 Views
ଶୁକ୍ରବାର ଏହି ତଥ୍ୟ ରଖି ଏଫ୍ଏସ୍ଏସ୍ଏଆଇ ସିଇଓ ପୱନ୍ ଅଗ୍ରୱାଲ କହିଛନ୍ତି, ଏହାର ପ୍ରକ୍ରିୟାକରଣକୁ ନେଇ ସମସ୍ୟା ଉପୁଜିଛି। କିଛି ନମୁନାକୁ ନେଇ କରାଯାଇଥିବା ପରୀକ୍ଷା ଅନୁଯାୟୀ କ୍ଷୀରର ପ୍ରକ୍ରିୟାକରଣ କରାଯିବା ପରେ ଏଥିରେ ଆଫ୍ଲାଟକ୍ସିନ୍-ଏମ୍୧, ଆଣ୍ଟିବାୟୋଟିକ୍ ଏବଂ ପେଷ୍ଟିସାଇଡ୍ର ପରିମାଣ ଅଧିକ ମିଳିଛି। ଏହି ତଥ୍ୟ ଜାଣିବାପରେ ଏସବୁକୁ ଯାଞ୍ଚ କରିବା ପାଇଁ ନିୟନ୍ତ୍ରକଙ୍କ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି କ୍ୱାଲିଟି ନିୟମଗୁଡ଼ିକୁ କଡ଼ାକଡ଼ି ଭାବେ ପାଳନ କରାଯିବ। ପୂରା ବ୍ୟବସ୍ଥାରେ ୨୦୨୦ ଜାନୁଆରୀ ୧ ସୁଦ୍ଧା ଟେଷ୍ଟିଂ ଏବଂ ପରିଦର୍ଶନ ଲାଗୁ କରାଯିବ।
୨୦୧୮ ମସିହା ମେ’ରୁ ଅକ୍ଟୋବର ମାସ ମଧ୍ୟରେ ସବୁ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ୧,୧୦୩ ସହରରୁ ୬୪୩୨ କ୍ଷୀର ନମୁନା ସଂଗ୍ରହ କରାଯାଇଥିଲା। ଏହା ଉଭୟ ସଂଗଠିତ ଏବଂ ଅଣସଂଗଠିତ କ୍ଷେତ୍ରରୁ ଅଣାଯାଇଥିଲା।