Thu. Jan 23rd, 2025

ବ୍ୟାଙ୍କ କାର୍ଯ୍ୟ ସମୟ ପୁନଃନିର୍ଦ୍ଧାରିତ : ଏଣିକି ସମସ୍ତ ସରକାରୀ ବ୍ୟାଙ୍କ ସକାଳ ୧୦ଟାରୁ ଅପରାହ୍ଣ ୪ଟା ଯାଏଁ ଗ୍ରାହକଙ୍କ ଲାଗି ଖୋଲା ରହିବ

By amfnews Sep 30, 2019 #Featured
122 Views

ଭୁବନେଶ୍ବର  :  ଗ୍ରାହକଙ୍କ ସୁବିଧା ପାଇଁ  ବ୍ୟାଙ୍କ କାର୍ଯ୍ୟ ସମୟ ବଦଳିଛି । ଆସନ୍ତାକାଲିଠାରୁ ସମସ୍ତ ସରକାରୀ ବ୍ୟାଙ୍କର କାର୍ଯ୍ୟ ଅବଧି ସକାଳ ୧୦ଟାରୁ ଆରମ୍ଭ ହୋଇ ଅପରାହ୍ନ ୪ଟା ଯାଏଁ ଜାରି ରହିବ । ପୂର୍ବରୁ ଏ ନେଇ କୁହାଯାଉଥିବା ବେଳେ ଆଜି ଏହାକୁ ନୀତିଗତ ଭାବେ ଲାଗୁ କରାଯିବା ନେଇ ରାଜ୍ୟସ୍ତରୀୟ ବ୍ୟାଙ୍କର୍ସ କମିଟିର ୧୫୬ ତମ ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ବୈଠକରେ ରାଜ୍ୟର ସମସ୍ତ ସରକାରୀ ବ୍ୟାଙ୍କଗୁଡ଼ିକ କାର୍ଯ୍ୟ  ଅବଧି ୧୦ଟାରୁ ୪ଟା ଯାଏଁ ରହିବା ନେଇ ସୂଚନା ଦେଇଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ । କାଲି ଠାରୁ ଏହି ନିୟମ ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ନୀତିଗତ ଭାବେ  ଲାଗୁ ହେବ ବୋଲି ‌‌ସେ କହିଛନ୍ତି।

ଅନ୍ୟପଟେ, ସରକାରୀ ବ୍ୟାଙ୍କ ସହ ଘରୋଇ ବ୍ୟାଙ୍କଗୁଡିକୁ ବି ସମାନ ସମୟ ଅବଧି ପାଳନ କରିବାକୁ ଅନୁରୋଧ କରାଯାଇଛି । ସେହିଭଳି ଗ୍ରାମାଂଚଳରେ ବ୍ୟାଙ୍କିଙ୍ଗ ସେବାକୁ ତ୍ୱରାନ୍ୱିତ କରାଯିବା ସହ ଅଧିକ ସଂଖ୍ୟକ ବ୍ୟାଙ୍କ ଶାଖା ମାନ ଖୋଲାଯିବ ନେଇ ଏହି ବୈଠକରେ କୁହାଯାଇଛି । ତେବେ ରାଜ୍ୟର ୬ଟି ଜିଲ୍ଲାରେ ତଥା କଟକ, କେନ୍ଦ୍ରାପଡା, ଜଗତସିଂହପୁର, ଅନୁଗୁଳ, ଖୋର୍ଦ୍ଧା ଏବଂ ବଲାଙ୍ଗିରରେ ବ୍ୟାଙ୍କିଙ୍ଗ ସେବାକୁ ଶତ ପ୍ରତିଶତ ଡିଜିଟାଇଜେସନ କରାଯିବା ନେଇ ମଧ୍ୟ ଏହି ବୈଠକରେ କହିଛନ୍ତି ୟୁକୋ ବ୍ୟାଙ୍କ ଅଧ୍ୟକ୍ଷ ଅତୁଲ କୁମାର ଗୋୟଲ।

ଉଲ୍ଲେଖ ଥାଉ କି, ପୂର୍ବରୁ ସମସ୍ତ ବ୍ୟାଙ୍କର କାର୍ଯ୍ୟ ସମୟ ଭିନ୍ନ ଭିନ୍ନ ଥିଲା  କିନ୍ତୁ ବ୍ୟାଙ୍କ ଶାଖା ଗ୍ରାହକଙ୍କ ସୁବିଧା ଅନୁଯାୟୀ ସମୟ ନିର୍ଦ୍ଧାରଣ ଓ ସେବା ପ୍ରଦାନ ନେଇ କିଛି ବିକଳ୍ପ ରଖିଥିଲେ। ଏହା ଉପରେ ବହୁ ବିଚାର ବିମର୍ଷ କରାଯାଇ ଆଜି ଏସଏଲବିସି ପକ୍ଷରୁ ଏଭଳି ନିଷ୍ପତ୍ତି ନିଆଯାଇଛି ।

By amfnews

Related Post