Sat. Mar 7th, 2026

ବ୍ୟାଙ୍କରୁ ୫୦୦୦ କୋଟି ଋଣ ନେଇ ଦେଶ ଛାଡ଼ି ପଳାଇଲେ ଆଉ ଜଣେ ବ୍ୟବସାୟୀ

257 Views

ନୂଆଦିଲ୍ଲୀ: ବିଜୟ ମାଲ୍ୟା, ନୀରବ ମୋଦି ଓ ମେହୁଲ୍ ଚୋକସୀଙ୍କ ପରେ ଆଉ ଜଣେ ଅସାଧୁ ବ୍ୟବସାୟୀ ଦେଶ ଛାଡ଼ି ପଳାଇଛନ୍ତି। ବ୍ୟାଙ୍କରୁ ୫୦୦୦ ହଜାର କୋଟି ଟଙ୍କା ଋଣ ନେଇ ତାହାକୁ ଫେରସ୍ତ ନ କରି ଷ୍ଟର୍ଲିଂଗ ବାୟୋଟିକ୍ର ମାଲିକ ନିତିନ୍ ସନ୍ଦେସରା ପରିବାର ସହ ପଳାୟନ କରିଛନ୍ତି। ସେ ଦେଶ ଛାଡ଼ି ନାଇଜେରିଆ ଚାଲି ଯାଇଥିବା କୁହାଯାଉଛି। ବର୍ତ୍ତମାନ ତାଙ୍କୁ ଧରିବା ଲାଗି ସିବିଆଇ ଓ ଇଡି ଉଦ୍ୟମ ଚଳାଇଛନ୍ତି। ଇଣ୍ଟରପୋଲ୍ ସହାୟତାରେ ରେଡ୍ କର୍ଣ୍ଣର ନୋଟିସ ଜାରି ଲାଗି ସିବିଆଇ ବ୍ୟବସ୍ଥା କରୁଥିବା ଜଣାଯାଇଛି।

ଇଡି ଓ ସିବିଆଇ ପକ୍ଷରୁ କୁହାଯାଇଛି ଯେ ନିତିନ୍ ତାଙ୍କ ଭାଇ ଚେତନ ସନ୍ଦେସରା, ଭାଉଜ ଦୀପ୍ତି ବେନ ସନ୍ଦେସରା ଓ ତାଙ୍କ ପରିବାରର ଅନ୍ୟ ସଦସ୍ୟ ନାଇଜେରିଆକୁ ଫେରାର୍ ହୋଇ ଯାଇଛନ୍ତି। ପ୍ରଥମେ ସେମାନେ ଦୁବାଇରେ ଥିବା ସୂଚନା ମିଳିଥିବା ବେଳେ ଏବେ ସେମାନେ ନାଇଜେରିଆ ପଳାଇଥିବା ଜଣାଯାଇଛି।ଉଲ୍ଳେଖଯୋଗ୍ୟ, ନିତିନ୍ ସନ୍ଦେସରାଙ୍କ ପୂର୍ବରୁ ମଦ ବ୍ୟବସାୟୀ ବିଜୟ ମାଲ୍ୟା, ହୀରା ବେପାରୀ ନିରବ ମୋଦି ଓ ମେହୁଲ ଚୋକସି ଦେଶ ଛାଡ଼ି ଫେରାର୍ ହୋଇଯାଇଛନ୍ତି।

By amfnews

Related Post