Fri. Mar 6th, 2026

ବ୍ୟବସାୟୀଙ୍କ ଠାରୁ ୧୧ ଲକ୍ଷ ଟଙ୍କାର ଲୁଟ

177 Views

ନବରଙ୍ଗପୁର, ଜାନୁଆରୀ ୨୨ : ଜଣେ ସୁନା ବ୍ୟବସାୟୀଙ୍କ ଉପରେ ଛୁରା ମାଡ କରିବା ସହ ୧୧ ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନବରଙ୍ଗପୁର ଜିଲ୍ଲା ରାଇଘର ଥାନା ଅର୍ନ୍ତଗତ ଭାରସୁଣ୍ଡି ଗାଁ ରେ । ସୂଚନା ଅନୁସାରେ, ଜଣେ ସୁନା ବ୍ୟବସାୟୀ କିଛି ସୁନାଗହଣା ଏବଂ ଟଙ୍କା ଧରି ଫେରୁଥିବା ସମୟରେ ଭାରସୁଣ୍ଡି ଗାଁ ନିକଟରେ ଚାରି ଜଣ ମୁଖା ପିନ୍ଧା ର୍ଦୁବୃତ୍ତ ତାଙ୍କୁ ଛୁରୀରେ ଆକ୍ରମଣ କରିବା ସହ ତାଙ୍କ ନିକଟରୁ ୧୧ ଲକ୍ଷ ଟଙ୍କାର ସୁନାଗହଣା ଲୁଟି ନେଇଥିବା ଅଭିଯୋଗ ହୋଇଛି । ବ୍ୟବସାୟୀ ଜଣକ ରାଇଘର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୋଲିସ ତଦନ୍ତ ଜାରି ରଖିଛି ।

By amfnews

Related Post