Sat. Mar 7th, 2026

ବ୍ୟକ୍ତିଗତ କାରଣ ଦର୍ଶାଇ ଆପ୍‌ରୁ ଇସ୍ତଫା ଦେଲେ ଆଶୁତୋଷ

185 Views

ନୂଆଦିଲ୍ଲୀ: ବ୍ୟକ୍ତିଗତ କାରଣ ଦର୍ଶାଇ ଦଳରୁ ଇସ୍ତଫା ଦେଲେ ଆମ୍‌ ଆଦ୍‌ମି ପାର୍ଟିର ନେତା ଆଶୁତୋଷ। ଆଜି ଟୁଇଟ୍‌ ଜରିଆରେ ସେ ଏହା ଘୋଷଣା କରିଛନ୍ତି। ଦଳରେ ସେ କୌଣସି ଆନୁଷ୍ଠାନିକ ପଦବୀ ପ୍ରାପ୍ତ ହୋଇ ନ ଥିଲେ, କିନ୍ତୁ ରାଜନୈତିକ ବ୍ୟାପାର କମିଟିର ସଦସ୍ୟ ଥିଲେ। ନିଜ ପୁସ୍ତକ ଲେଖିବାକୁ ସେ ଦୁଇ ମାସ ଛୁଟିରେ ଥିଲେ। ଦୁଇ ମାସ ପୂରି ଯାଇଥିଲେ ବି ସେ ଫେରି ନ ଥିଲେ। ଗତ ସାଧାରଣ ନିର୍ବାଚନରେ ଆଶୁତୋଷ ଦିଲ୍ଲୀର ଚାନ୍ଦିନୀଚୌକ୍‌ରୁ ପ୍ରତିଦ୍ୱନ୍ଦ୍ୱିତା କରି ପରାଜିତ ହୋଇଥିଲେ।

ଏକଦା ସେ ଆପ୍‌ର ଜାତୀୟ ଆବାହକ ତଥା ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ୍‌ଙ୍କର ଘନିଷ୍ଠ ଥିବା କଥା ବିଚାର କରାଯାଉଥିଲା। ପରେ ତାଙ୍କୁ ଆଡ଼େଇ ଦିଆ ଯିବାରୁ ସେ ଅସନ୍ତୁଷ୍ଟ ଥିଲେ ବୋଲି ବାହାର ସୂତ୍ରରୁ ଜଣାପଡ଼ିଛି। ଉପଯୁକ୍ତ ପ୍ରାର୍ଥୀ ବିଚାର କରାଯାଉଥିଲେ ବି ରାଜ୍ୟସଭା ଆସନ ପାଇଁ ତିନି ଆପ୍‌ ପ୍ରାର୍ଥୀଙ୍କ ମଧ୍ୟରେ ସେ ନ ଥିଲେ। ସଞ୍ଜୟ ସିଂହ, ସୁଶୀଳ ଗୁପ୍ତ ଏବଂ ଏନ୍‌ଡି ଗୁପ୍ତ ପ୍ରାର୍ଥୀ ହୋଇଥିଲେ।

By amfnews

Related Post