Thu. Dec 26th, 2024

ବ୍ରିଟେନ୍‌ରୁ ଉଡିଲା ସବୁଠୁ ବଡ଼ ବିମାନ, ଭାରତ ଆସୁଛି ୩ ଅକ୍ସିଜେନ ଜେନେରେଟର, ୧୦୦୦ ଭେଣ୍ଟିଲେଟର

By amfnews May 8, 2021 #Featured
120 Views

ନୂଆଦିଲ୍ଲୀ, ମେ ୦୮ : କରୋନା ଭାଇରସ ମହାମାରୀ ସହିତ ସମଗ୍ର ବିଶ୍ୱ ଲଢ଼େଇ ଜାରି ରଖିଛି । ଭାରତକୁ ବିକଶିତ ରାଷ୍ଟ୍ର ଗୁଡ଼ିକ ସହାୟତାର ହାତ ବଢ଼ାଇଛନ୍ତି । ଉତ୍ତର ଆୟରଲ୍ୟାଣ୍ଡର ବେଲଫାଷ୍ଟରୁ ୩ଟି ଅକ୍ସିଜେନ ଜେନେରେଟର ଓ ୧୦୦ ଭେଣ୍ଟିଲେଟର ସହିତ ବିଶ୍ୱର ସବୁଠାରୁ ବଡ଼ କାର୍ଗୋ ବିମାନ ଭାରତ ଅଭିମୁଖେ ବାହାରିଛି । ବ୍ରିଟିଶ ସରକାର ଏସଂପର୍କରେ ସୂଚନା ପ୍ରଦାନ କରିଛନ୍ତି । 

ଇିଦେଶ, କୋଲନୱେଲଥ ଏବଂ ବିକାଶ କାର୍ଯ୍ୟାଳୟ (ଏଫସିଡିଓ) କହିଛି ଯେ, ଏୟାରପୋର୍ଟର କର୍ମଚାରୀ ରାତିସାରା ବହୁ ପରିଶ୍ରମ କରି ବିଶାଳକାୟ ଆଣ୍ଟୋନାଭ ୧୨୪ ବିମାନ ରେ ଜୀବନ ରକ୍ଷକ ଔଷଧ ଲୋଡ କରିଥିଲେ । ଏଫସିଡିଓ ଏହି ଯୋଗାଣ ଲାଗି ରାଶି ଦେଇଛି । ଏହି ମାଲବାହୀ ବିମାନ ରବିବାର ୯ ତାରିଖ ସକାଳ ୮ଟାରୁ ୯ଟା ମଧ୍ୟରେ ଦିଲ୍ଲୀ ପହଂଚିବ । 

କୁହାଯାଉଛି ଯେ, କରୋନା ସଂକଟ କାଳରେ ଭାରତରେ ଇଣ୍ଡିଆନ ରେଡକ୍ରସର ସହଯୋଗରେ ୟୁକେରୁ ଆସିଥିବା ଏହି ଯୋଗାଣକୁ ହସ୍ପିଟାଲରେ ପହଂଚାଇଦିଆଯିବ । ଏହି ୩ଟି ଅକ୍ସିଜେନ ଜେନେରେଟର ପ୍ରତି ମିନିଟରେ ୫୦୦ ଲିଟର ଅକ୍ସିଜେନ ଉତ୍ପାଦନ କରିପାରିବ । ଏକକାଳୀନ ୫୦ ଲୋକଙ୍କ ଦେହରେ ଏହା ଲାଗିବ । 

By amfnews

Related Post