Mon. Dec 23rd, 2024

ବ୍ରିଟେନର ଚୁକ୍ତି ବାହାର କରିବ ୬ କୋଟି କରୋନା ଟୀକା

By amfnews Jul 30, 2020 #Featured
152 Views

ଲଣ୍ଡନ, ଜୁଲାଇ ୩୦ : ମହାମାରୀ କରୋନା ଭାଇରସ ବିଶ୍ୱବ୍ୟାପୀ ନିଜର କାୟା ବିସ୍ତାର କରିଛି । କରୋନା ଭାଇରସ ଯୋଗୁଁ ସମଗ୍ର ବିଶ୍ୱ ଅସ୍ତବ୍ୟସ୍ତ ହୋଇପଡ଼ିଛି । ଅନେକ ଦେଶର ଆର୍ଥିକ ମେରୁଦଣ୍ଡ ଭାଙ୍ଗି ସାରିଛି । ବୈଜ୍ଞାନିକମାନେ କ୍ରମାଗତ ଭାବେ କରୋନା ଟୀକା ଆବିଷ୍କାର କରିବା ଲାଗି କାମ କରୁଛନ୍ତି । କିଛି ଟୀକାକୁ ମାନବ ଉପରେ ପରୀକ୍ଷା ଆରମ୍ଭ ହୋଇଯାଇଛି । କିନ୍ତୁ ଏପର୍ଯ୍ୟନ୍ତ କୌଣସି ଟୀକାକୁ ସଂପୂର୍ଣ୍ଣ ଭାବେ ମଂଜୁରୀ ମିଳି ନାହିଁ । ଟୀକା ବାହାରିବା ପୂର୍ବରୁ ଏହାକୁ କିଣିବା ପାଇଁ କିଛି ରାଷ୍ଟ୍ର ବ୍ୟସ୍ତ ହୋଇପଡ଼ିଛନ୍ତି । ଏହି ମାମଲାରେ ବ୍ରିଟେନ ଆଗରେ । ବ୍ରିଟେନ Sanofi ଏବଂ GlaxoSmithKline ଠାରୁ ୬ କୋଟି ଡୋଜ କିଣିବା ପାଇଁ ଚୁକ୍ତି କରିଛି । 

ସୂଚନାଯୋଗ୍ୟ, GlaxoSmithKline ବ୍ରିଟେନର କଂପାନୀ ଏବଂ Sanofi ଫ୍ରାନ୍ସର କଂପାନୀ । ଏହି ୨ଟି କଂପାନୀ ଟୀକା ବାହାର କରିବା କ୍ଷେତ୍ରରେ ସମଗ୍ର ବିଶ୍ୱରେ ଜଣାଶୁଣା । ଉଭୟ କଂପାନୀ ପ୍ରଥମ ଥର କୌଣସି ଦେଶ ସହିତ ଅଣ୍ଡର ଟ୍ରାଏଲ ଟୀକା ବିକ୍ରି କରିବାକୁ ଚୁକ୍ତି କରିଛନ୍ତି । ବ୍ରିଟେନ ଏହି ଟିକାର ସଫଳତା ନେଇ ଅନେକ ଆଶାବାଦୀ ଥିବା ଜଣାଯାଇଛି । 

By amfnews

Related Post