Sat. Nov 23rd, 2024

ବ୍ରାହ୍ମଣୀ ବ୍ରିଜ୍ରେ ପୁଣି ଫାଟ, ଟ୍ରାଫିକ୍ ସମସ୍ୟା ଗୁରୁତର

By amfnews Sep 1, 2018 #Featured
187 Views

ସୁନ୍ଦରଗଡ ଓ ରାଉରକେଲାର ଜୀବନରେଖା କୁହାଯାଉଥିବା ବ୍ରାହ୍ମଣୀ ସେତୁରେ ପୁଣି ଫାଟ ସୃଷ୍ଟି ହୋଇଛି । ଏହାଦ୍ୱାରା ସେତୁ ଉପରେ ଗୁରୁତର ଟ୍ରାଫିସ୍ ସମସ୍ୟା ଦେଖା ଦେଇଛି । ଏଥିସହ ସାଧାରଣ ଲୋକଙ୍କୁ ଯାତାୟତରେ ମଧ୍ୟ ବହୁ ସମସ୍ୟା ସୃଷ୍ଟି କରିଛି । ଏହି ଫାଟକୁ ନେଇ ଜନସାଧାରଣଙ୍କ ମନରେ ଭୟ ସୃଷ୍ଟି ହୋଇଛି । ସେତୁରେ ଫାଟ ଯୋଗୁ ହଜାର ହଜାର ସଂଖ୍ୟାର ଗାଡ଼ିମଟର ଉଭୟ ପାଶ୍ୱର୍ରେ ଘଣ୍ଟା ଘଣ୍ଟା ଅଟକି ରହିଥିବା ଦେଖିବାକୁ ମିଳିଛି ।

ଫଳରେ ଯାତ୍ରୀ ନାହିଁନଥିବା ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ସେତୁ ନିର୍ମାଣକୁ ଦୀର୍ଘ ଦିନ ବିତିଯାଇଥିଲେ ମଧ୍ୟ ଏହାର ମରାମତି କାର୍ଯ୍ୟ ସଠିକ୍ ଭାବରେ ତଥା ନିୟମିତ ଭାବେ କରାଯାଉ ନାହିଁ । ଏହାଦ୍ୱାରା ସେତୁ ଦିନକୁ ଦିନକୁ ଦୁର୍ବଳ ହେବାରେ ଲାଗିଛି । ତେବେ କେତେବେଳେ ଯେ କୌଣସି ପ୍ରକାର ଅଘଟଣ ନ ଘଟିବ ତାହା ମଧ୍ୟ କହିହେବ ନାହିଁ । ବ୍ରାହ୍ମଣୀ ଉପରେ ପ୍ରସ୍ତାବିତ ଦ୍ୱିତୀୟ ସେତୁ ନିର୍ମାଣ ବିଭିନ୍ନ କାରଣରୁ ଆଗେଇପାରୁ ନଥିବାରୁ ଲୋକମାନଙ୍କ ମଧ୍ୟରେ କୌତୁହଳ ସୃଷ୍ଟି ହେବାରେ ଲାଗିଛି ।

ଫଳରେ ଏହାର ପ୍ରଭାବ ଆଗାମୀ ସାଧାରଣ ନିର୍ବାଚନରେ ପ୍ରତିଫଳିତ ହେବାର ଆଶଙ୍କା ମଧ୍ୟ ପ୍ରକାଶ ପାଇଲାଣି । ରାତି ପାହିଲେ ଏହି ସେତୁ ଦେଇ ପଡୋଶୀ ରାଜ୍ୟଗୁଡିକ ସମେତ ଜିଲ୍ଲାର ଆଖପାଖ ଅଞ୍ଚଳର ବହୁ ବ୍ୟବସାୟୀ ସହର ଭିତରକୁ ପ୍ରବେଶ ଓ ପ୍ରସ୍ଥାନ କରିଥାନ୍ତି । ଏଥିସହ ସଡ଼କ ପଥ ମାଧ୍ୟମରେ ପ୍ଲାଣ୍ଟ ଭିତରକୁ ବହୁ ସମାଗ୍ରୀ ନେବା ଆଣିବାରେ ଏହି ବ୍ରିଜ୍ର ଭୂମିକା ଗୁରୁତ୍ୱପୂର୍ଣ୍ଣ । କାରଣ ଏହି ବ୍ରିଜ୍ ଉପରେ ରାତି ପାହିଲେ ହଜାର ହଜାର ସଂଖ୍ୟାରେ ଯାନବାହାନ ଚଳପ୍ରଚଳ କରୁଛନ୍ତି । ଏହି ଫାଟ ବ୍ରିଜ୍ର ମଝିରେ ସୃଷ୍ଟି ହୋଇଥିବାରୁ ଲୋକଙ୍କ ମଧ୍ୟରେ ଆଶଙ୍କା ସୃଷ୍ଟି ହୋଇଛି ।

ଏପରିକି ସେତୁକ ରଡ୍ କେତେକ ସ୍ଥାନରେ ଦେଖାଯାଉଛି । ଟ୍ରାଫିକ ପୁଲିସ ଓ ସ୍ଥାନୀୟ ପୁଲିସ ସହାୟତାରେ ପ୍ରାୟ ଅଢ଼େଇ ଘଣ୍ଟାର ପରିଶ୍ରମ ପରେ ପରିସ୍ଥିତିରେ ସୁଧାର ଆସିଥିଲା । ବିଭାଗୀୟ କର୍ତ୍ତୃପକ୍ଷ ଜିଲାର ସାମୁହିକ ସ୍ୱାର୍ଥ ଦୃଷ୍ଟିରୁ ଏ ଦିଗରେ ସ୍ୱତନ୍ତ୍ର ଦୃଷ୍ଟି ଦେବାକୁ ସାଧାରଣରେ ଦାବି ହୋଇଛି ।

By amfnews

Related Post