Tue. Nov 26th, 2024

ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ: ଜମିଅଧିଗହଣ ବେଳେ ଉତ୍ତେଜନା , ୧୧ ଅଟକ

By amfnews Jul 20, 2019 #Featured
205 Views

ସୁନ୍ଦରଗଡ଼ : ସୁନ୍ଦରଗଡ଼ରେ ବହୁ ପ୍ରତୀକ୍ଷିତ ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ ନିର୍ମାଣ ଏନଏଚ -୧୪୩ ସମ୍ପ୍ରସାରଣ ପାଇଁ କାମ ଆରମ୍ଭ ଜମିଅଧିଗ୍ରହଣ ବେଳେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି । ଏହାକୁ ବିରୋଧ କରୁଥିବାରୁ ଆଜି ପୋଲିସ ୧୧ଜଣଙ୍କୁ ଅଟକ ରଖିଛି ।

ସୁନ୍ଦରଗଡ଼ ଜିଲ୍ଲା ରାଉରକେଲା ଦଣ୍ଡିଆପାଲିରେ ବହୁ ପ୍ରତୀକ୍ଷିତ ବ୍ରାହ୍ମଣୀ ନଦୀର ଦ୍ୱିତୀୟ ସେତୁ ନିର୍ମାଣ ଆପ୍ରୋଚ ରୋଡ଼ ଅଥବା ଏନଏଚ -୧୪୩ ସମ୍ପ୍ରସାରଣ ପାଇଁ  କାମ ଆରମ୍ଭ ବେଳେ ଉତ୍ତେଜନା ଦେଖାଦେଇଛି । ଜମିଅଧିଗ୍ରହଣକୁ ବିରୋଧ କରି କିଛି ଉତ୍ୟକ୍ତ ଲୋକେ ଉତ୍ତେଜନା ସୃଷ୍ଟି କରିବାରୁ ପୋଲିସ ୧୧ଜଣଙ୍କୁ ଅଟକ ରଖିଛି । ଜମି ଅଧିଗ୍ରହଣକୁ ନେଇ ପ୍ରଶାସନ ଓ ସ୍ଥାନୀୟ ଲୋକେ ମୁିାଁମୁହିଁ ହୋଇଛନ୍ତି । ଘଟଣାସ୍ଥଳରେ ୭ପ୍ଲାଟୁନ ଫୋର୍ସ ମୁତୟନ କରାଯାଇଛି ।

ସୂଚନାଯୋଗ୍ୟ ଯେ, ପୂର୍ବରୁ ବ୍ରାହ୍ମଣୀ ନଦୀ ଦ୍ୱିତୀୟ ସେତୁକୁ ନେଇ ବହୁବାଦ ବିବାଦ ରହିଥିଲା । ଏହାକୁ ନେଇ ଅନେକ ରାଜନୈତିକ ଝଡ଼ ଲାଗି ରହିଥିଲା । ୨୦୧୪ ମସିହାରେ ପ୍ରଧାନମନ୍ତ୍ରୀ ହେବା ପରେ ନରେନ୍ଦ୍ର ମୋଦୀ ରାଉରକେଲା ଗସ୍ତ କରି ସେଠାରେ ଦ୍ୱିତୀୟ ବ୍ରାହ୍ମଣୀ ସେତୁ ନିର୍ମାଣ ହେବ ବୋଲି ଘୋଷଣା କରିଥିଲେ । ଏହାପରେ ରାଜ୍ୟ ସରକାରଙ୍କ ସହଯୋଗର ଅଭାବ ଓ ଜମିଅଧିଗ୍ରହଣରେ ଉପୁଜିଥିବା ବିଭିନ୍ନ ସମସ୍ୟା ଏହି ସେତୁ ନିର୍ମାଣରେ ବାଧା ସୃଷ୍ଟି କରିଥିଲା ।

By amfnews

Related Post