Sat. Mar 7th, 2026

ବ୍ରହ୍ମ ବିଭ୍ରାଟ ଘଟଣା: ୧୧ ଜଣଙ୍କୁ ନୋଟିସ୍‌

Odisha government asks center to keep one team of NSG ready for Jagannath Puri car Festival
Odisha government asks center to keep one team of NSG ready for Jagannath Puri car Festival
188 Views

ପୁରୀ, ନଭେମ୍ବର ୧୪ : ପ୍ରାୟ ସାଢ଼େ ୩ ବର୍ଷ ପୂର୍ବେ ଶ୍ରୀଜିଉଙ୍କର ବ୍ରହ୍ମ ପରିବର୍ତ୍ତନ କରାଯାଇଥିଲା। ସାରା ବିଶ୍ୱ ଜଗତର ନାଥ ଜଗନ୍ନାଥଙ୍କ ବ୍ରହ୍ମ ପରିବର୍ତ୍ତନର ମୂକସାକ୍ଷୀ ହେବାକୁ ବ୍ୟଗ୍ର ଥିଲେ। ହେଲେ ବ୍ରହ୍ମ ପରିବର୍ତ୍ତନରେ ଦେଖା ଦେଇଥିଲା ଘୋର ବିଭ୍ରାଟ। ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ସମ୍ପୂର୍ଣ୍ଣ ହିନ୍ଦୁ ସମାଜକୁ ବ୍ୟଥିତ କରିଥିଲା।

ପ୍ରାୟତଃ ଲୋକେ ଏହି ଘଟଣାକୁ ଭୁଲିବାକୁ ବସିଥିବା ବେଳେ ପୁଣି ତାଜା ହୋଇଛି ବ୍ରହ୍ମ ବିଭ୍ରାଟ୍‌ ଘଟଣା। ତତ୍‌କାଳୀନ ମୁଖ୍ୟ ପ୍ରଶାସକଙ୍କ ରିପୋର୍ଟ ଆଧାରରେ ପ୍ରଶାସନ ୧୧ ଜଣଙ୍କୁ ନୋଟିସ୍‌ କରିଛି। ରିପୋର୍ଟକୁ ଗଠିତ ସବ୍ କମିଟି ତର୍ଜମା କରିବା ପରେ ୧୦ ଦଇତାପତି ଓ ଜଣେ ମହାରଣା ସେବାୟତଙ୍କୁ ଏହି ନୋଟିସ୍ କରାଯାଇଛି। ଏଥିରେ ଶ୍ରୀଜିଉଙ୍କ ସେବାରେ ବିଭ୍ରାଟ ଓ ବିଳମ୍ବ ଅଭିଯୋଗ କରାଯାଇଛି।

୨୦୧୫ ଜୁନ୍ ୧୫ ତାରିଖରେ ଶ୍ରୀଜିଉଙ୍କ ନବକଳେବର ବେଳେ ବ୍ରହ୍ମ ସଂସ୍ଥାପନ ନିଶାର୍ଦ୍ଧରେ ହେବାର ଥିଲା। ହେଲେ ଏଥିରେ ବିଭ୍ରାଟ ଘଟି ଜୁନ୍ ୧୬ରେ ବ୍ରହ୍ମ ସଂସ୍ଥାପନ ହୋଇଥିଲା। ଏହାକୁ ନେଇ ରାଜ୍ୟବ୍ୟାପୀ ତୁମ୍ବି ତୋଫାନ ହେବା ପରେ ଶ୍ରୀମନ୍ଦିର ପ୍ରଶାସନର ତତ୍‌କାଳୀନ ମୁଖ୍ୟ ପ୍ରଶାସକଙ୍କୁ ଘଟଣାର ତଦନ୍ତ ଦାୟିତ୍ୱ ଦିଆଯାଇଥିଲା।

By amfnews

Related Post